37.1 C
Bhubaneswar
Monday, May 25, 2026
Homeଓଡିଶାଓଡିଶାରେ ଏବେ ଚାଲିଛି ଜଙ୍ଗଲ ରାଜ: କଂଗ୍ରେସ

ଓଡିଶାରେ ଏବେ ଚାଲିଛି ଜଙ୍ଗଲ ରାଜ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କହିଛନ୍ତି, ରାଜ୍ୟରେ ପୋଲିସ ବିଭାଗ ଅଛି କି ନାହିଁ ବୋଲି ରାଜ୍ୟବାସୀ ପ୍ରଶ୍ନ ପଚାରୁଛନ୍ତି । ବ୍ରହ୍ମପୁରରେ ମଙ୍ଗଳା ବେହେରା ନାମକ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା । ଅଭିଯୁକ୍ତ ହେଉଛନ୍ତି ଜେଲ ଫେରନ୍ତା ଜଗା ସାହୁ । ଯିଏ କି ଶାସକ ଦଳରେ ଛତ୍ରଛାୟା ରହିଛି । ପୋଲିସ କହୁଛି, ଅଭିଯୁକ୍ତ ଜଗା ପୋଲିସକ ଉପରକୁ ବୋମା ଫିଙ୍ଗିଥିଲା, ଯଦି ଅପରାଧୀ ପୋଲିସକୁ ଡରୁ ନାହାନ୍ତି ତେବେ ଟିକେ ଚିନ୍ତା କରନ୍ତୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥ୍‌ିତି କେଉଁ ଦିଗକୁ ଯାଉଛି । କଂଗ୍ରେସ କହିଛି ଜୁନ ୨୪ ଫେବୃଆରୀ ୨୬ ତାରିଖ ଭିତରେ ରାଜ୍ୟରେ ଗୋଷ୍ଠୀଗତ ଏବଂ ଜାତିଆଣା ହିଂସାରେ ମୋଟ ୬୧ କେସ ହୋଇଛି । ବାଲେଶ୍ୱରରେ ୨୪ଟି କେସ , ଖୋର୍ଦ୍ଧା ଏବଂ ଭୁବନେଶ୍ୱର ୧୬, କୋରାପୁଟରେ ୮, ମାଲକାନଗିରି ୪ , ଭଦ୍ରକରେ ୨ଟି କେସ ରୁଜୁ ହୋଇଛି । ଏଥିରୁ ଜଣାପଡୁଛି ଓଡିଶାରେ ଏବେ ଜଙ୍ଗଲ ରାଜ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking