34.1 C
Bhubaneswar
Monday, May 25, 2026
Homeଓଡିଶାବ୍ୟବସାୟିକ ସ୍ୱାର୍ଥ ପାଇଁ ଛାଡିଲେ: ଲେନିନ

ବ୍ୟବସାୟିକ ସ୍ୱାର୍ଥ ପାଇଁ ଛାଡିଲେ: ଲେନିନ

ଭୁବନେଶ୍ୱର: ଦଳ ପାଇଁ ଦେବାଶିଷଙ୍କର ଅବଦାନ ନାହିଁ, ବ୍ୟବସାୟିକ ସ୍ୱାର୍ଥ କହିଲା ବିଜେଡି । ଏନେଇ ପ୍ରେସମିଟ କରି ବର୍ଷିଲେ ବିଜେଡି ନେତା ଲେନିନ ମହାନ୍ତି । ଦଳ ଠାରୁ ସବୁ ଫାଇଦା ଓ ପଦପଦବୀ ନେଇଛନ୍ତି । ପଦବୀ ପାଇଁ ପାଇବା ପରେ ନିଜ କନଷ୍ଟ୍ରେକ୍ସନ କମ୍ପାନୀ ପାଇଁ କାମ କରୁଥିଲେ । ମୋତେ ଲାଗୁନି ତାଙ୍କ ପାଇଁ ଦଳରେ କ୍ଷତି ହେବ । ତାଙ୍କ ପାଇଁ କଟକରେ ଅନେକ ତୁଙ୍ଗ ନେତା ଦଳ ଛାଡିଛନ୍ତି । ସେ ନିଜେ ମଧ୍ୟ କଟକରେ ହାରିଛନ୍ତି, କୌଣସି ପ୍ରଭାବ ପଡିବନି । ଅନ୍ୟପଟେ ପ୍ରମିଳା ମଲ୍ଲିକ ମଧ୍ୟ ପ୍ରେସସମିଟ କରି ଦେବାଶିଷଙ୍କୁ କଟାକ୍ଷ କରି କହିଛନ୍ତି. ବିଜେଡି ସରକାରରୁ ଗଲା ପରେ ସେ ବିଜେପି ସହ ଯୋଗାଯୋଗରେ ଥିଲେ । ତେଣୁ ୱାକଫ ବିଲ ବେଳେ ସେ ସଂଦରେ ଅନୁପସ୍ଥିତ ରହିଲେ । ନିଶାସକ୍ତ ହୋଇ କେଉଁଠି ଭୁଲ କରିଥିବେ ସେଥିପାଇଁ ବିଜେପି ୱାଶିଂ ମେସିନକୁ ଗଲେ । ବିଜେପି ୱାଶିଂ ମେସିନରେ ପଡି ସଫା ହେବାକୁ ଗଲେ । ସୂଚନା ଥାଉରି, ଆଜି ବିଜେଡି ଛାଡିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଯାହାକୁ ନେଇ ରାଜ୍ୟ ରାଜନୀତି ମହଲରେ ଏକ ଆଲୋଡନ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking