34.1 C
Bhubaneswar
Monday, May 25, 2026
Homeଓଡିଶାଗାତରେ ପଡି ଶିଶୁ ପୁତ୍ରର ମୃତ୍ୟୁ

ଗାତରେ ପଡି ଶିଶୁ ପୁତ୍ରର ମୃତ୍ୟୁ

କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡ ଝଣଝାଣା ଗ୍ରାମରେ ଘଟିଛି ଅବାବନୀୟ ଘଟଣା । ଗାଁରେ ଲିକେଜ ପାଣି ପାଇପ ମରାମତି ପାଇଁ ମେଗା କମ୍ପାନୀ ଖୋଳିଥିବା ଗାତରେ ପଡି ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଅଭିଯୋଗ ଅନୁଯାୟୀ, ୫ ବର୍ଷ ପୂର୍ବେ ଗାଁରେ ଯାଇଥିବା ମେଗା ପାନୀୟ ଜଳ ପ୍ରକଲ୍ପର ପାଇପ ଲିକ କରିବାରୁ କମ୍ପାନୀ କର୍ତ୍ତୃପକ୍ଷ ପାଇପ ଲିକେଜ ମରାମତି ପାଇଁ ରାସ୍ତା ମଝିରେ ଏକ ବିରାଟ ଗଭୀର ଗାତ ଖୋଳିଦେଲେ । କିନ୍ତୁ ଆଉ ମରାମତି କଲେନି କି ଖାଲକୁ ପୋତିଲେ ନାହିଁ । ଗତକାଲି ଅପରାହ୍ମରେ ଗ୍ରାମରେ ଅରୁଣ ଖଣ୍ଡେଇଙ୍କ ଦୁଇ ବର୍ଷର ପୁଅ ଅନିଲ ଖେଳୁଥିବା ବେଳେ ଏହି ଖାଲରେ ପଡିଯାଇଥିଲେ । ଅନେକ ଖୋଜା ଖୋଜି କରିବା ପରେ ସନ୍ଧ୍ୟାରେ ଶିଶୁର ପରିବାରକୁ କ୍ଷତିପୂରଣ ଦେବା ସହ ଖାଲକୁ ପୋତିବାକୁ ଦାବି କରିଛନ୍ତି ଲୋକେ । ମୃତ ଶିଶୁର ବାପା ଅରୁଣ ମଧ୍ୟ ଗତ କିଛି ମାସ ପୂର୍ବେ ଏହି ଖାଲରେ ପଡି ଗୁରୁତର ହୋଇ ଘରେ ପଡି ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking