30.6 C
Bhubaneswar
Sunday, May 24, 2026
Homeଅପରାଧନୃଶଂସ ସ୍ବାମୀ: ସ୍ତ୍ରୀର ଗୁପ୍ତାଙ୍ଗରେ ପକାଇଲା ଏସିଡ୍

ନୃଶଂସ ସ୍ବାମୀ: ସ୍ତ୍ରୀର ଗୁପ୍ତାଙ୍ଗରେ ପକାଇଲା ଏସିଡ୍

ନୂଆଦିଲ୍ଲୀ: ନୃଶଂସ ସ୍ବାମୀ । ପାର୍ କଲା ସବୁ ସୀମା । ସ୍ତ୍ରୀର ଗୁପ୍ତାଙ୍ଗରେ ପକାଇଲେ ଏସିଡ୍ । ସ୍ତ୍ରୀର ଚରିତ୍ର ସନ୍ଦେହ କରିବା ସହ ଦୁଇ ଝିଅ ହେବା ରାଗରେ ସ୍ବାମୀ ଏଭଳି କରିଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ପୁଣେ ଉରୁଲି କାଞ୍ଚନ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଖବର । ପୁଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପଚରଉଚରା କରୁଥିବାବେଳେ ମହିଳା ଜଣକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୀଡ଼ିତା ମହିଳା ଜଣକ ଅଭିଯୋଗ କରିଛନ୍ତି କି, ତାଙ୍କ ସ୍ବାମୀ ସବୁବେଳେ ଚରିତ୍ରକୁ ନେଇ ସନ୍ଦେହ କରନ୍ତି । ଏହାସହ ଦୁଇ ଝିଅ ହୋଇଥିବାରୁ ମାନସିକ ଏବଂ ଶାରୀରିକ ଭାବେ ମଧ୍ୟ ଯନ୍ତ୍ରଣା ଦିଅନ୍ତି ।

ଅନେକ ସମୟରେ ମାଡ଼ପିଟ୍ ମଧ୍ୟ କରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ମହିଳା ଜଣକ କହିଛନ୍ତି କି, ତାଙ୍କ ସ୍ବାମୀ ଘଟଣାଦିନ ମଦ ପିଇ ଘରକୁ ଆସିଥିଲେ । ତାଙ୍କ ସହ ଝଗଡ଼ା କରିଥିଲେ । ତୁ ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଛୁ କହି ମାଡ଼ି ମାରିଥିଲେ । ପରେ ଗୁପ୍ତାଙ୍ଗରେ ଏସିଡ୍ ପକାଇ ଦେଇ ଦୌଡ଼ି ପଳାଇଥିବା ଅଭିଯୋଗ କରିଛନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ,ସିଡ୍ ପକାଇବା ପରେ ଘର କବାଟ ବନ୍ଦ କରି ବାହାରକୁ ଚାଲିଯାଇଥିଲେ । ମହିଳାଙ୍କୁ କେହି ମଧ୍ୟ ଉଦ୍ଧାର କରିନଥିଲେ । ୧୫ ଦିନ ପରେ ସ୍ବାମୀ ଘରେ ନଥିବାବେଳେ ସେ ପୁଲିସ ବଗରେ ଅଭିଯୋଗ କରିଛନ୍ତି । ତାଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାକୁ ଗୁରୁତର ନେଇଥିବାବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking