30 C
Bhubaneswar
Monday, May 25, 2026
Homeଓଡିଶାକନ୍ୟା ସନ୍ତାନ ଜନ୍ମ ହେବାରୁ ପୁଅ ବୋହୁଙ୍କୁ ନିସ୍ତୁକ ମାଡ଼

କନ୍ୟା ସନ୍ତାନ ଜନ୍ମ ହେବାରୁ ପୁଅ ବୋହୁଙ୍କୁ ନିସ୍ତୁକ ମାଡ଼

ମାହାଙ୍ଗା:କନ୍ୟା ସନ୍ତାନ ଜନ୍ମ ହେବାରୁ ପୁଅ ବୋହୁ ଙ୍କୁ ଜୀବନରୁ ମାରିଦେବା ପାଇଁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଶାଶୁ ଶଶୁର ଓ ନଣନ୍ଦ, ମାସେ ହେଲା ଦେଉଥିଲେ ଅକଥନୀୟ ନିର୍ଯାତନା ସହିତ ମାରୁଥିଲେ ନିସ୍ତୁକ ମାଡ । ସୋସିଆଲ ମିଡିଆରେ ଭିଡିଓ ଭାଇରଲ,ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ୍ ଶ୍ରିକୃଷ୍ଣପୂର୍ ପଞ୍ଚାୟତ ର ପଶୁଲୁଣ୍ଡା ଗ୍ରାମରେ,ସୂଚନା ଅନୁସାରେ କାନପୁର ଗ୍ରାମର ଅଜୟ ଜେନା ଙ୍କ ଝିଅ ପାର୍ବତୀ ଜେନା ୪ ବର୍ଷ ତଳେ ପଶୁଲୁଣ୍ଡା ଗ୍ରାମର ସମୁଲ୍ୟ ଜେନା ଙ୍କ ପୁଅ ଚନ୍ଦ୍ରଶେଖର ଜେନା ଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା,ବିବାହ ପରେ ଶାଶୁ ଘର ଲୋକେ ବୋହୂ ପାର୍ବତୀ ଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ,ଗୋଟେ ମାସ ତଳେ ବୋହୂ ପାର୍ବତୀ ଙ୍କ ଦୁଇଟି କନ୍ୟା ସନ୍ତାନ ଜନ୍ମ ଦେଇଥିଲେ,କାହିଁକି କନ୍ୟା ସନ୍ତାନ ହେଲା ବୋଲି ବିରୋଧ କରିଥିଲେ ଶାଶୂ ଶଶୁର,ଏହା ପରେ ପୁଅ ଓ ବୋହୂ ଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ ଶାଶୁ ଶଶୁର ଓ ନଣନ୍ଦ,ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।ଏହି ଘଟଣାରେ ଶାଶୂ ଶଶୁର ଓ ନଣନ୍ଦ ଙ୍କ ନାମରେ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୁଅ ଓ ବୋହୂ,ପୋଲିସ ଘଟଣାର ତଦନ୍ତ ଚଲେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking