28.1 C
Bhubaneswar
Saturday, September 12, 2026
Homeଓଡିଶାଆହୁରି ୫ ଦିନ ଜଳିବ ଓଡିଶା

ଆହୁରି ୫ ଦିନ ଜଳିବ ଓଡିଶା

ଭୁବନେଶ୍ବର: ଆହୁରି ୫ ଦିନ ପଶ୍ଚିମ ଜଳିବ। ଗରମ ଓ ଗୁଳୁଗୁଳିରେ ଅସହ୍ୟ ହେବ ଉପକୂଳ ଓଡ଼ିଶା। ପୂରା ରାଜ୍ୟ ଗରମ ଓ ଗୁଳୁଗୁଳିରେ ଆଉଟପାଉଟ ହେଉଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବ। ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହଁା ହୋଇଥିବାରୁ ତାତି କମୁନାହିଁ। ଝାରସୁଗୁଡ଼ାରେ ପାରଦ ୪୫.୨ ଡିଗ୍ରୀ ଛୁଇଁଥିବା ବେଳେ ସମ୍ବଲପୁର, ହୀରାକୁଦ, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଲେଖାଏଁ ରହିଛି। ଭବାନୀପାଟଣା ଏବଂ ବଲାଙ୍ଗିରରେ ପାରଦ ୪୪.୫ ଡିଗ୍ରୀ ଲେଖାଏଁ ଥିବାବେଳେ ସୁବର୍ଣ୍ଣପୁରରେ ୪୪.୭ଡିଗ୍ରୀ ରହିଥିଲା। ଭୁବନେଶ୍ବରରେ ୩୯.୩ ଏବଂ କଟକରେ ତାପମାତ୍ରା ୩୭.୮ ଡିଗ୍ରୀରେ ପହଞ୍ଚିଛି। ରାଜ୍ୟର ୧୯ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଶୁକ୍ରବାର ଅପେକ୍ଷା ଶନିବାର ଉପକୂଳ, ଉତ୍ତର, ଦକ୍ଷିଣ, ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ଦିନ ତାପମାତ୍ରା ବୃଦ୍ଧି ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking