ଜାମଗାଁ : ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁନାଖାଏନ ଗ୍ରାମରେ ଝାଡାବାନ୍ତି। ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୭ ଜଣଙ୍କ ମଧ୍ୟରୁ ୪ଜଣ ମହିଳା ମୃତ୍ୟୁ । ସେମାନେ ହେଲେ ଉଲ୍ଲାସ ଖଡ଼ିଆ (୪୦) ଓ ସୁକାନ୍ତି ଖଡ଼ିଆ (୬୦) । ଅନ୍ୟ ୫ ଜଣ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ସୁନାଖାଏନ ଗ୍ରାମର ଏକ ପରିବାର ସୁନ୍ଦରଗଡ ଜିଲ୍ଲା ବିଲେଇ ମୁଣ୍ଡା, କଅଁରକେଲା ନୂଆଁଡିହିକୁକଏକ ଏକାଦଶାହ କାର୍ଯ୍ୟକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେହି ଦିନ ସନ୍ଧ୍ୟାରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ସେମାନଙ୍କୁ ଲଖନପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେମାନଙ୍କ ଅବସ୍ଥା ଅସମ୍ଭାଳ ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଚିକିତ୍ସିତ ହେଉଥିଲେ। ମାତ୍ର ସେଠାର ଉଲ୍ଲାସ ଓ ସୁକାନ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ନେବାପାଇଁ ଡାକ୍ତର ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ । ସେ ଅନୁଯାୟୀ ପରିବାର ଲୋକେ ଉଭୟଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ନେଇଥିଲେ। ବହୁତ ଦୁର୍ଭାଗ୍ୟ ବିଷୟ ଯେ, ସେଠାର ଆସିୟୁ ଉପଲବ୍ଧ ନ ଥିବା ଯୋଗୁଁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ନେବା ବାଟରେ ଆଜି ଭୋର ସକାଳ ପ୍ରାୟ ୪ ଟା ସମୟରେ ଉଭୟଙ୍କ ପ୍ରାଣବାୟୁ ଉଡି ଯାଇଥିବା ପରିବାର ଲୋକଙ୍କ ଠାରୁ ପ୍ରକାଶ।










