30.1 C
Bhubaneswar
Sunday, May 24, 2026
Homeଓଡିଶାସେନା ପ୍ରଶିକ୍ଷଣ ନେଉଥିବା ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ

ସେନା ପ୍ରଶିକ୍ଷଣ ନେଉଥିବା ଛାତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ

ବାଲେଶ୍ୱର: ସୋର ଥାନା କଲେଜ ଛକ ନିକଟରେ ଥିବା ଏକ ଘରୋଇ ସେନା ପ୍ରଶିକ୍ଷଣ ସେଣ୍ଟରର ଜଣେ ଛାତ୍ର ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁସାରେ ଭଦ୍ରକ ଜିଲା ବାସୁଦେବପୁର ଅଂଚଳର ଭୋଳାନାଥ ଓଝା ସେନାରେ ଭର୍ତି ହେବା ପାଇଁ ସୋର କଲେଜ ଛକରେ ଥିବା ସୈନିକ ଏକାଡେମୀର ନାଁ ଲେଖାଇଥିଲେ। ସେଠାରେ ସେନା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଆଜି ମଧ୍ୟାହ୍ନରେ ପହଁରିବା ଶିଖିବାକୁ ନିକଟସ୍ଥ ଖେମେଶ୍ୱର ମହାଦେବ ପୋଖରୀକୁ ଯାଇଥିଲେ। ମାତ୍ର ସେଠାରେ ପାଣିରେ ବୁଡ଼ିଯାଇଥିଲେ।

ଖବର ପାଇ ସୋର ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ଦୀର୍ଘ ଏକ ଘଣ୍ଟା ଖୋଜାଖୋଜି କରିବା ପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋରରେ କୌଣସି କାଗଜପତ୍ର ନଥାଇ ଓ ବିନା ଟ୍ରେନରରେ ଏକାଧିକ ସେନା ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇ ପିଲାମାନଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ବେଳେ କେଉଁ କାରଣରୁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking