30.1 C
Bhubaneswar
Saturday, May 23, 2026
Homeଓଡିଶାଆଇପିଏସ୍‌ ସ୍ତରରେ ଅଦଳବଦଳ

ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସ ପ୍ରଶାସନକୁ ଆହୁରି ସୁଦୃଢ଼ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମାଝୀଙ୍କ ସ୍ୱାକ୍ଷରରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ୧୮ ଜଣ ବରିଷ୍ଠ ଆଇପିଏସ୍ ଏବଂ ଓପିଏସ୍ ଅଧିକାରୀଙ୍କୁ ତୁରନ୍ତ ପ୍ରଭାବରୁ ବଦଳି କରାଯାଇ ନୂତନ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ପ୍ରଶାସନିକ ଅଦଳବଦଳରେ ଅନେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ବଦଳି ହୋଇଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ପଦବୀରେ ମଧ୍ୟ ନୂତନ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ସରକାରୀ ବିଜ୍ଞପ୍ତି ଅନୁସାରେ, ନବରଙ୍ଗପୁରର ଆରକ୍ଷୀ ଅଧୀକ୍ଷକ (ଡିଆଇଜିପି ପଦବୀରେ) ଥିବା ମଡକର ସନ୍ଦୀପ ସମ୍ପତ, ଭା.ପୁ.ସେ (୨୦୧୨ ବ୍ୟାଚ୍‌)ଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ (ସିଆଇଡି-ସିବି)ର ଡି.ଆଇ.ଜି ଭାବେ ବଦଳି କରାଯାଇଛି। ସେହିପରି କଟକ ସିଆଇଡି, ସିବିର ଆରକ୍ଷୀ ଅଧୀକ୍ଷକ ଥିବା ପରମାର ସ୍ମିତ ପରଷୋତ୍ତମଦାସ, ଭା.ପୁ.ସେ (୨୦୧୩ ବ୍ୟାଚ୍‌)ଙ୍କୁ ନୟାଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ.ପି.) ଭାବେ ନିଯୁକ୍ତି ଦିଆଯାଇଛି। ଖୋର୍ଦ୍ଧାର ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଭା.ପୁ.ସେ (୨୦୧୪ ବ୍ୟାଚ୍‌)ଙ୍କୁ କଟକ ସିଆଇଡି, ସିବିର ଆରକ୍ଷୀ ଅଧୀକ୍ଷକ ପଦବୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାୟଗଡ଼ାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ସ୍ୱାତୀ ଏସ. କୁମାର, ଭା.ପୁ.ସେ (୨୦୧୭ ବ୍ୟାଚ୍‌)ଙ୍କୁ ଭୁବନେଶ୍ୱର ସ୍ଥିତ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ଆରକ୍ଷୀ ଅଧୀକ୍ଷକ ଭାବେ ନୂତନ ଦାୟିତ୍ୱ ମିଳିଛି। ଅପରପକ୍ଷରେ ବରଗଡ଼ର ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନା, ଭା.ପୁ.ସେ (୨୦୧୭ ବ୍ୟାଚ୍‌)ଙ୍କୁ ଗଜପତିର ଏସ.ପି. ଭାବେ ବଦଳି କରାଯାଇଛି।

ନୟାଗଡ଼ର ଏସ.ପି. ଥିବା ଏସ. ସୁଶ୍ରୀ, ଭା.ପୁ.ସେ (୨୦୧୮ ବ୍ୟାଚ୍‌)ଙ୍କୁ ଭିଜିଲାନ୍ସର ଆରକ୍ଷୀ ଅଧୀକ୍ଷକ ଭାବେ ନୂତନ ନିଯୁକ୍ତି ମିଳିଛି। ସ୍ପେଶାଲ ବ୍ରାଞ୍ଚର ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଭା.ପୁ.ସେ (୨୦୧୮ ବ୍ୟାଚ୍‌)ଙ୍କୁ ରାୟଗଡ଼ାର ଏସ.ପି. ଏବଂ ଗଞ୍ଜାମର ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଭା.ପୁ.ସେ (୨୦୧୯ ବ୍ୟାଚ୍‌)ଙ୍କୁ ଖୋର୍ଦ୍ଧାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ବୌଦ୍ଧର ଏସ.ପି.ରାହୁଲ ଗୋୟଲ, ଭା.ପୁ.ସେ (୨୦୨୦ ବ୍ୟାଚ୍‌)ଙ୍କୁ ସ୍ପେଶାଲ ବ୍ରାଞ୍ଚର ଆରକ୍ଷୀ ଅଧୀକ୍ଷକ ଭାବେ ଏବଂ କନ୍ଧମାଳର ଏସ.ପି. ହରିଶା ବି. ସି., ଭା.ପୁ.ସେ (୨୦୨୦ ବ୍ୟାଚ୍‌)ଙ୍କୁ ଗଞ୍ଜାମର ନୂତନ ଏସ.ପି. ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏହା ବ୍ୟତୀତ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଥିବା କାଶ୍ୟପ ପାର୍ଥ ଜଗଦୀଶ, ଭା.ପୁ.ସେ (୨୦୨୧ ବ୍ୟାଚ୍‌)ଙ୍କୁ ପଦୋନ୍ନତି ସହ ନବରଙ୍ଗପୁରର ଏସ.ପି. ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳଙ୍କ ଏଡିସ ଭାବେ କାର୍ଯ୍ୟ କରୁଥିବା କୁଲଦୀପ ମୀନା, ଭା.ପୁ.ସେ (୨୦୨୧ ବ୍ୟାଚ୍‌)ଙ୍କୁ ବୌଦ୍ଧର ଆରକ୍ଷୀ ଅଧୀକ୍ଷକ ଏବଂ ରାୟଗଡ଼ାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ, ଭା.ପୁ.ସେ (୨୦୨୨ ବ୍ୟାଚ୍‌)ଙ୍କୁ କନ୍ଧମାଳର ନୂତନ ଏସ.ପି. ଭାବେ ଅବସ୍ଥାପିତ କରାଯାଇଛି। କଟକ ସହରାଞ୍ଚଳ ପୁଲିସ ଜିଲ୍ଲା (ୟୁପିଡି)ର ଏସିପି ଥିବା ଅନନ୍ୟା ଅୱସ୍ତି, ଭା.ପୁ.ସେ (୨୦୨୨ ବ୍ୟାଚ୍‌)ଙ୍କୁ ରାଜ୍ୟପାଳଙ୍କ ନୂତନ ଏଡିସି ଭାବେ ନିଯୁକ୍ତି ମିଳିଛି। ଓଡ଼ିଶା ପୁଲିସ ସେବା (ଓ.ପୁ.ସେ) ଅଧିକାରୀମାନଙ୍କ ମଧ୍ୟରେ କଟକ ସିଆଇଡି, ସିବିର ଆରକ୍ଷୀ ଅଧୀକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ, ଓ.ପୁ.ସେ (ଏସଏଜି)ଙ୍କୁ ବଦଳି କରାଯାଇ ସିଗନାଲ୍ସର ଆରକ୍ଷୀ ଅଧୀକ୍ଷକ କରାଯାଇଛି। ସେହିପରି ଭୁବନେଶ୍ୱର ସ୍ଥିତ ଏସ୍‌ଟିଏଫ୍‌ର ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ନାଥ ଶତପଥୀ, ଓ.ପୁ.ସେ (ଏସଏଜି)ଙ୍କୁ ବରଗଡ଼ର ନୂତନ ଏସପି. ଭାବେ ଦାୟିତ୍ୱ ଦିଆଯାଇଛି। ସ୍ପେଶାଲ ବ୍ରାଞ୍ଚର ଆରକ୍ଷୀ ଅଧୀକ୍ଷକ କୃଷ୍ଣ ପ୍ରସାଦ ଦାସ, ଓ.ପୁ.ସେ (ଏସ)ଙ୍କୁ ରାଉରକେଲାର ଏସଆରପି ଏବଂ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସର ଡିସିପି(ୟୁପିଡି)ଭାବେ କାର୍ଯ୍ୟରତ କିଶୋର ଚନ୍ଦ୍ର ମୁଣ୍ଡ, ଓ.ପୁ.ସେ (ଏସ)ଙ୍କୁ ଦେବଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ତୁରନ୍ତ ନୂତନ ପଦବୀରେ ଯୋଗଦେବା ପାଇଁ ସଂଶ୍ଳିଷ୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking