34.1 C
Bhubaneswar
Friday, May 22, 2026
Homeଦେଶ ବିଦେଶଶୁକ୍ରବାରରେ ନମାଜ ପାଠ ନୁହେଁ ଚାଲିଛି ଆଳତୀ

ଶୁକ୍ରବାରରେ ନମାଜ ପାଠ ନୁହେଁ ଚାଲିଛି ଆଳତୀ

ମଧ୍ୟପ୍ରଦେଶ: ପୂଜାପାଠରେ କମ୍ପୁଛି ଭୋଜଶାଳା । ବାହାରେ କଡା ସୁରକ୍ଷା । ପ୍ରତି ଶୁକ୍ରବାର ସେଠାରେ ନମାଜ ପାଠ କରାଯାଏ ।  ଆଜି ସେଠାରେ ଚାଲିଛି ଆଳତି । ମଧ୍ୟପ୍ରଦେଶ ହାଇକୋର୍ଟ ଧାର୍‌ରେ ଥିବା ଭୋଜଶାଳା ମନ୍ଦିର-କମାଲ ମୌଲା ମସଜିଦ୍‌ ପରିସର ବିବାଦରେ ଐତିହାସିକ ରାୟ ଦେବା ପରେ ପୂଜାପାଠ ଆରମ୍ଭ ହୋଇଛି । ଦେବୀ ସରସ୍ୱତୀଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ ।ବିବାଦୀୟ ଭୋଜଶାଳା ପରିସରକୁ ମଧ୍ୟପ୍ରଦେଶ ହାଇକୋର୍ଟ ଦେବୀ ସରସ୍ୱତୀଙ୍କ ମନ୍ଦିର ବୋଲି ରାୟ ଦେଇଥିଲେ । ଜଷ୍ଟିସ ବିଜୟ କୁମାର ଶୁଳ୍କା ଓ ଆଲୋକ ଅବସ୍ଥିଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ମୁସଲମାନ ପକ୍ଷର ଦାବିକୁ ଖାରଜ କରିଥିଲେ । ଭୋଜଶାଳା ପରିସରର ସ୍ଥାନଟିର ଧାର୍ମିକ ଚରିତ୍ର ବାଗଦେବୀ ସରସ୍ବତୀଙ୍କ ମନ୍ଦିର ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ ମୁସଲିମ ସମ୍ପ୍ରଦାୟ ଏକ ମସଜିଦ ନିର୍ମାଣ ପାଇଁ ଜିଲ୍ଲାରେ ପୃଥକ ଜମି ଆବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ଯାଇପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking