31.1 C
Bhubaneswar
Friday, May 22, 2026
Homeଓଡିଶା ଅଂଶୁଘାତରେ ରାଜସ୍ୱ ନୀରିକ୍ଷକ ଅଧିକାରୀଙ୍କ ମୃତ୍ୟୁ ଅଭିଯୋଗ

 ଅଂଶୁଘାତରେ ରାଜସ୍ୱ ନୀରିକ୍ଷକ ଅଧିକାରୀଙ୍କ ମୃତ୍ୟୁ ଅଭିଯୋଗ

ଢେ଼ଙ୍କାନାଳ:  ଅଂଶୁଘାତରେ ରାଜସ୍ୱ ନୀରିକ୍ଷକ ଅଧିକାରୀଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ତହସିଲ ସର୍କଲରେ କାର୍ଯ୍ୟରତ ଥିବା ୪୫ ବର୍ଷୀୟ ଚୈତନ୍ୟ ଦେହୁରୀ । ସୂଚନାରୁ ଜଣାପଡିଛି,  ଗତ ରାତିରେ ଭୁବନ ୱାର୍ଡ ନମ୍ବର -୫ ଭଡ଼ାଘର ଭିତରେ ପ୍ରବଳ ଗରମ ଅନୁଭୂତ ହେବାରୁ ଚୈତନ୍ୟ ଅସୁସ୍ଥ ଅନୁଭବ କରିଥିଲେ ।ସ୍ତ୍ରୀ ପ୍ରମୋଦିନି ଦେହୁରୀ ତାଙ୍କୁ ଘରୁ ବାହାରକୁ ନେବା ସମୟରେ ଚେତାଶୂନ୍ୟ ହୋଇଯାଇଥିଲେ ।ସଙ୍ଗେ ସଙ୍ଗେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭୁବନ ପୁଲିସ୍ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking