ନୂଆଦିଲ୍ଲୀ: ତାମିଲନାଡୁ ରେ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ମନ୍ତ୍ରିମଣ୍ଡଳରେ ୨ କଂଗ୍ରେସ ବିଧାୟକ ମନ୍ତ୍ରିପରିଷଦର ଶପଥ ନେଇଛନ୍ତି ।ଗୁରୁବାର ସକାଳ ୧୦ଟାରେ ଲୋକଭବନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ବିଧାୟକମାନଙ୍କୁ ମନ୍ତ୍ରିପଦର ଶପଥ ପାଠ କରାଯାଇଥିଲେ । ଶ୍ରୀନାଥ, ଏସ କମଳି, ସି ବିଜୟଲକ୍ଷ୍ମୀ ଓ ଆରଭି ରଞ୍ଜିତକୁମାରଙ୍କ ସମେତ ଟିଭିକେ ବିଧାୟକମାନେ ପ୍ରାରମ୍ଭରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ୨୩ ନୂଆ ମନ୍ତ୍ରୀ ଶପଥ ପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳର କ୍ଷମତା ୩୩ରେ ପହଞ୍ଚିଛି । କଂଗ୍ରେସ ବିଧାୟକ ରାଜେଶ କୁମାର ଏସଓ ପି ବିଶ୍ୱନାଥ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ମେ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୟ , ଅନ୍ୟ ନଅ ଜଣ ବିଧାୟକ ଚେନ୍ନାଇର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମନ୍ତ୍ରିପଦର ଶପଥ ନେଇଥିଲେ ।










