36.1 C
Bhubaneswar
Tuesday, May 19, 2026
Homeଓଡିଶାଧାନବିକ୍ରିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ

ଧାନବିକ୍ରିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ

ବରଗଡ: ଟୋକନ ପାଇଁ ବରଗଡ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି । ବରଗଡ ଜିଲ୍ଲାରେ ଗତ ୧୧ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ଦେଖା ଯାଇଥିବା ସମସ୍ୟା ଅସମାହିତ ରହିଛି । ଜିଲାର ଅନେକ ଚାଷୀଙ୍କୁ ଏଯାଏଁ ଧାନ ବିକ୍ରି ଟୋକନ ମିଳିନାହିଁ । ଯେଉଁ ଚାଷୀଙ୍କୁ ଟୋକନ ମିଳିଛି , ସେଥିରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ ରହିଛି । ଏହାର ପ୍ରତିବାଦରେ ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଜିଲ୍ଲାର ଅନେକ ଚାଷୀ ସଂଗଠନ ଏବଂ ଚାଷୀମାନେ ସାମିଲ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ପୋଲିସ ଛାଉଣୀରେ ପରିଣତ ହୋଇଛି । ଏପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଚାଷୀମାନେ ରୋଷେଇ କରୁଥିବା ମଧ୍ୟ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking