34.1 C
Bhubaneswar
Monday, May 18, 2026
Homeଓଡିଶାଭୁବନେଶ୍ବରରେ କାର୍ଯ୍ୟାଳୟ ଖୋଲିବ ‘ସେବି’

ଭୁବନେଶ୍ବରରେ କାର୍ଯ୍ୟାଳୟ ଖୋଲିବ ‘ସେବି’

ଭୁବନେଶ୍ବର: ପୁଞ୍ଜି ବଜାରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଭୁବନେଶ୍ବରରେ ଏକ ନୂତନ କାର୍ଯ୍ୟାଳୟ ଖୋଲିବାକୁ ଯାଉଛି। ଆଜି ଏଥିପାଇଁ ଭଡ଼ା ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ଛୋଟ କାର୍ଯ୍ୟାଳୟ ଆରମ୍ଭ ହେବ। ପୂର୍ବରୁ ସେବିର ମୁମ୍ବାଇ ଓ କୋଲକାତା କାର୍ଯ୍ୟାଳୟ ଜରିଆରେ କରାଯାଉଥିବା କାମଗୁଡ଼ିକୁ ଆଗକୁ ଭୁବନେଶ୍ବରରୁ କରାଯିବ। ଏଥି ସହିତ ଭବିଷ୍ୟତରେ ଏଠାରେ ଏକ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ କରାଯିବ ବୋଲି ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ କହିଛନ୍ତି।ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍ ଫଣ୍ଡ୍‌ସ ଇନ୍ ଇଣ୍ଡିଆ (ଆମ୍‌ଫି) ପକ୍ଷରୁ ଆୟୋଜିତ ଆଞ୍ଚଳିକ ନିବେଶକ ସଚେତନତା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପାଣ୍ଡେ ମୁନସିପାଲିଟି ବଣ୍ଡ୍‌ର ବଢ଼ୁଥିବା ଗ୍ରହଣୀୟତା ଉପରେ ଆଲୋକପାତ କରିଥିଲେ। ମୁନିସପାଲିଟିଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହ କରିବାର ଏହି ବ୍ୟବସ୍ଥାକୁ ଓଡ଼ିଶା ଗମ୍ଭୀରତାର ସହ ଗ୍ରହଣ କରିବା ଦରକାର ବୋଲି ସେ କହିଥିଲେ। ସେ କହିଲେ, ବର୍ତ୍ତମାନ ସୁଦ୍ଧା ଦେଶର ୨୨ଟି ସହରାଞ୍ଚଳ ପୌର ସଂସ୍ଥା ୩୩ ମୁନସିପାଲିଟି ବଣ୍ଡ ଜାରି କରି ୪୫୦୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁନସିପାଲିଟିଗୁଡ଼ିକ ଏହି ବଣ୍ଡ୍ ଜାରି କରିଛନ୍ତି। ଓଡ଼ିଶା ମଧ୍ୟ‌ ସେଥିରେ ସାମିଲ ହୋଇ ସେହି ବଣ୍ଡ୍‌ର ଲାଭ ହାସଲ କରିବା ଉଚିତ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking