37.1 C
Bhubaneswar
Monday, May 18, 2026
Homeଓଡିଶାଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । ସ୍କୁଲର ନାଇଟ ୱାଚ ମ୍ୟାନକୁ ମଧ୍ୟ ଛାଡିଲେନି । କହିଲେ ୫ ହଜାର ଦିଅ ବକେୟା ଦରମା କରାଇଦେବି । ଆଉ ତାପରେ ଏହି ଅଭିଯୋଗରେ ଭିଜିଲାନ୍ସରେ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଚଢେଇଗୁଆଁ ସ୍ଥିତ ଯୁଗରୂପା ବିଦ୍ୟାଭବନ ସ୍କୁଲର ପ୍ରଧାନ ଶିକ୍ଷ ରଧୁନାଥ ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍କୁଲର ନାଇଟ ୱାଚମ୍ୟାନ କ୍ଷୀରୋଦ ଦାସଙ୍କ ବକେୟା ଦରମା କରେଇ ଦେବା ପାଇଁ ପ୍ରଧାନ ଶିକ୍ଷକ ସ୍କୁଲ ଅଫିସରେ ଲାଞ୍ଚ ନେଉଥିଲେ । ସେପଟେ ଭିଜିଲାନ୍ସକୁ ମଧ୍ୟ ଜଣାଇଥିଲେ । ପ୍ଲାନ ମୁତାବକ ପ୍ରଧାନ ଶିକ୍ଷକ ୱାଚମ୍ୟାନଙ୍କଠୁ ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗର ଦୁଇଟି ଟିମ । ଏଥିସହ ଲାଞ୍ଚ ଟଙ୍କାକୁ କାବୁ କରିଥିଲା ଭିଜିଲାନ୍ସ । କଟକ ଭିଜିଲ୍ଲାନ୍ସ ଟିମ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking