ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର -କୁପାରୀ ରାସ୍ତାର ଧୂବାଗାଡିଆ ଛକରେ ଏକ କାର ଧକ୍କାରେ ଜଣେ ମୃତ୍ୟୁବରଣ କରିବା ସହ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଗତକାଲି ରାତି ୧୦ଟା ବେଳେ କୁପାରୀ ଗ୍ରାମର ଦିଲୀପ ଭୂଇଁଆ ଓ ସନ୍ତୋଷ କୁମାର ସାହୁ ଧୂବାଗାଡିଆ ଛକ ରାସ୍ତା କଡରେ ଏକ ସ୍କୁଟି ଉପରେ ବସିଥିଲେ । ଏହି ସମୟରେ କୁପାରୀ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏପରି ଥିଲା କାରଟି ସ୍କୁଟିକୁ ପିଟିବା ପରେ ସ୍କୁଟିକୁ ପିଟିବା ପରେ ସ୍କୁଟିଟି ପାଖରେ ଥିବା ଏକ ଦୋକାନ ଘରେ ବାଡେଇ ହୋଇ ଦୋକାନ ଘର ଭାଙ୍ଗିଥିଲ।। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଅନ୍ୟପଟେ ଦୁର୍ଘଟଣା ସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲୀପଙ୍କୁ ଏବେ ଗୁରୁତର ଅବସ୍ଥାରେ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ସନ୍ତୋଷୀଙ୍କ ପରିବାରରେ ଜଣେ ବୃଦ୍ଧ ବାପା ଥିବା ବେଳେ ତାଙ୍କୁ ନ୍ୟାୟ ଦାବି କରି ସ୍ଥାନୀୟ ଲୋକ ସୋର କୁପାରୀ ରାସ୍ତା ଏବଂ ରାଣୀତାଲ କୁପାରୀ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ନୀଳାଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।










