ନୂଆଦିଲ୍ଲୀ: ଆଗକୁ ବଢିଲା ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ଆଗରୁ ଆଜି ଆଣ୍ଡାମାନ ଛୁଇଁ ଆଗକୁ ବଢିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଏହା ସହିତ ଆଣ୍ଡାମାନ ସାଗରର ଅନେକ ଅଂଶ ସମଗ୍ର ନିକୋବର ଦୀପପୁଞ୍ଜ ଏବଂ ସି ବିଜୟପୁରମକୁ ଛୁଇଁଛି । ସେହିପରି ଆଣ୍ଡାମାନ ଦ୍ୱୀପର କିଛି ଅଂଶରେ ଆଜି ପ୍ରବେଶ କରିଛି ଯଦି ମୌସୁମୀର ଗତିବିଧି ସ୍ୱାଭାବିକ ରୁହେ ତାହାଲେ ଏହି ନିର୍ଦ୍ଧାରିତ ସମୟ ଆଗରୁ କେରଳ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗରୁ ମଧ୍ୟ ଅନେକ ମଡେଲ ଆକଳନ କରୁଥିଲେ ଯେ, ଆଗୁଆ ମୌସୁମୀ ଛୁଇଁବ ।ଭାରତୀୟ ପାଣିପାଗ ବିଭାଗ ମୌସୁମୀ ସଅଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ।










