ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡି ଛକ ନିକଟରେ ଶନିବାର ଏକ ପିକଅପ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି । ଫଳରେ ଗାଡିରେ ଥିବା ୧୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଭଦ୍ରକରୁ ଏକ ପିକଅପ ଗାଡିରେ ଏକ ମିକ୍ସଚର ମେଶିନ ସହ ୨୭ ଶ୍ରମିକ ମନ୍ଦାରୀ କୁ ଛାତ କାମ କରିବା ପାଇଁ ଆସୁଥିଲେ । ବେକମୁଢି ଛକରେ ଏକ ଗାଈ ଗାଡି ଆଗକୁ ଚାଲି ଆସିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା, ସ୍ଥାନୀୟ ଲୋକେ ଓ ବାସୁଦେବପୁର ପୋଲିସ ଆହତଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ସଦର ଏସଡିପିଓ ବିଚିତ୍ରା ନନ୍ଦ ସେଠୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ଚିକିତ୍ସାର ତଦାରଖ କରିଛନ୍ତି ।










