30.1 C
Bhubaneswar
Friday, May 15, 2026
Homeଓଡିଶାପ୍ରାକୃତିକ ତୈଳ, ଗ୍ୟାସ ଓ କ୍ଷୀର ଦର ବୃଦ୍ଧି ଓ ଅବ୍ୟବସ୍ଥା ପ୍ରତିବାଦରେ ମହିଳା କଂଗ୍ରେସର...

ପ୍ରାକୃତିକ ତୈଳ, ଗ୍ୟାସ ଓ କ୍ଷୀର ଦର ବୃଦ୍ଧି ଓ ଅବ୍ୟବସ୍ଥା ପ୍ରତିବାଦରେ ମହିଳା କଂଗ୍ରେସର ପ୍ରଦର୍ଶନ

ଭୁବନେଶ୍ୱର: ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକାଲାମ୍ବା ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ୱର ଜିଲ୍ମା ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ଶ୍ରୀୟା ମହାନ୍ତିଙ୍କ ନେତୃତ୍ୱରେ ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ କ୍ଷୀର ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ୨ ନମ୍ବର ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଏହି ଅବସରରେ ମହିଳା କଂଗ୍ରେସ ନେତ୍ରୀମାନେ ପେଟ୍ରୋଲ ନଥିବା ଦୁଇ ଚକିଆ ଗାଡି, ଗଡାଇ ଗଡାଇ ଆଣି ୨ ନମ୍ବର ଟାଙ୍କି ପର୍ଯ୍ୟନ୍ତ ଯାଇଥିଲେ । ଏହି ଅବସରରେ ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା, ଡିଜେଲ ଲିଟର ପିଛା ୩ ଟଙ୍କା, ସିଏନ୍‌ଜି କିଲୋ ପିଛା -୨ ଟଙ୍କା ଓ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅସଲ ସ୍ୱରୂପକୁ ପଦାରେ ପକାଇଛି । ମୋଦୀ ଯେଉଁ ଆଚ୍ଛାଦିନର ସ୍ୱପ୍ନ ଦେଇଥିଲେ ଏହା ହେଉଛି ତା’ର ବାସ୍ତବ ରୂପ । ୨୦୧୪ ମସିହାରେ ମନମୋହନ ସିଂ ସରକାର ସମୟରେ ଡିଜେଲ ଲିଟର ପିଛା ୫୫ ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କାରେ ବିକ୍ରି ହେଉଥିଲା । ମୋଦୀଙ୍କ ବିକଶିତ ଭାରତରେ ଏବେ ପେଟ୍ରୋଲ ଓ ଡିଜଲ ଦର ୧୦୦ ଟଙ୍କାରେ ପହଂଚିଛି । ରାଜ୍ୟରେ ୩୦୦ ରୁ ଉର୍ଦ୍ଧ୍ୱ ପେଟ୍ରୋଲ ଟାଙ୍କି ବନ୍ଦ । କୃତ୍ରିମ ଅଭାବ ସୃଷ୍ଟି କରି ଲୋକଙ୍କୁ ଆତଙ୍କିତ କରାଯାଉଛି । ଏହାର ପ୍ରଭାବ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ଖୁବ୍‌ଶୀଘ୍ର ପଡିବ ଏବଂ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଅନିୟନ୍ତ୍ରିତ ହୋଇପଡିିବ । ମୋଦୀ ସରକାର ଏକ ଜନବିରୋଧି ସରକାର । ବର୍ତ୍ତମାନ ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ରୀୟ ଓ ରାଜ୍ୟ ଟିକସ କମାଯାଇ ଖାଉଟିଙ୍କୁ ଦର ବୃଦ୍ଧିରୁ ନିସ୍ତାର ଦିଅନ୍ତୁ । ଆଜିର କାର୍ଯ୍ୟକ୍ରମରେ ଜୟଶ୍ରୀ ପଟ୍ଟନାୟକ, ସୁନୀତା ବିଶ୍ୱାଳ, ଜବାମଣି ଟୁଡୁ, ପ୍ରତିମା ମଲ୍ଲିକ, ଶ୍ରୀୟାସ୍ମିତା ପଣ୍ଡା, ଅମୀଶା ସାମନ୍ତରାୟ, କୁସୁମ ପ୍ରଧାନ, ଜୟସ୍ମିତା ମହାନ୍ତି, ସିଲି ସେଠୀ, ମଞ୍ଜୁଶ୍ରୀ ମିଶ୍ର, ମାଳତୀ ନାୟକ, ଅପସନା ବେଗମ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking