ନୂଆଦିଲ୍ଲୀ: ଦିଲ୍ଲୀରେ ଲଜ୍ଜା, ଚଳନ୍ତା ବସ୍ରେ ମହିଳାଙ୍କୁ ଗଣଦୁଷ୍କର୍ମ । ଅଭିଯୁକ୍ତ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ଗିରଫ କଲା ଦିଲ୍ଲୀ ପୁଲିସ୍ । ରାଜଧାନୀ ଦିଲ୍ଲୀରେ ନିର୍ଭୟା ଭଳି ପୁଣି ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏକ ଚଳନ୍ତା ଘରୋଇ ବସ୍ରେ ଜଣେ ମହିଳାଙ୍କୁ ଗଣଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି । ମାମଲାରେ ପୁଲିସ ତପ୍ତରତା ଦେଖାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବସ୍କୁ ଜବତ କରିଛି । ସୋମବାର ରାତିରେ ବସ୍ ଷ୍ଟାଣ୍ଡ ନିକଟରେ ବସ୍କୁ ଅପେକ୍ଷା କରିଥିଲେ ପୀଡ଼ିତା ।ଏକ ଘରୋଇ ବସ୍କୁ ସେ ଅଟକାଇବା ପାଇଁ ହାତ ଦେଖାଇଥିଲେ ବସ୍ର ଗତି କମିବା ମାତ୍ରେ ବସ୍ର ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କୁ ଜୋରଜବରଦସ୍ତ ଭିତରକୁ ଟାଣି ନେଇଥିଲେ । ସାରା ଉଭୟ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ନିର୍ଜନ ସ୍ଥାନରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ । ଘଟଣାକୁ ନେଇ ପୀଡ଼ିତା ପୁଲିସକୁ ସୂଚନା ଦେବା ପରେ ଆକ୍ସନକୁ ଆସିଥିଲା । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ବସ୍ଟିକୁ ଚିହ୍ନଟ କରିବା ସହ ଅଭିଯୁକ୍ତ ଦ୍ବୟଙ୍କୁ ବାନ୍ଧିବାରେ ସଫଳ ହୋଇଛି ପୁଲିସ୍ ।










