ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଆୟୁବ୍ ଖାନ୍ ଙ୍କ ଦେହାନ୍ତ। କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନ୍ ଙ୍କ ପରଲୋକ। କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ଆଜି ସକାଳୁ ପରଲୋକ ହୋଇଛି। ମୃତ୍ୟ ସମୟରେ ତାଙ୍କୁ ୭୮ବୟସ ହେଉଥିଲା। ଅନେକ ଦିନ ହେଲା ସେ ଅସୁସ୍ଥ ଥିଲେ। ତେବେ ଆୟୁବ ଖାଁ ୨୦୦୪ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ୨୦୧୪ ମସିହାରେ ବିଜେଡି ପ୍ରାର୍ଥୀ ଭାବେ ଏମିତି ଦୁଇ ଦୁଇ ଥର ବିଧାୟକ ହୋଇଥିଲେ। କଣ୍ଟାବାଞ୍ଜି ପାଇଁ ତାଙ୍କର ଅନେକ ଅବଦାନ ରହିଛି। ତେବେ ତାଙ୍କର ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଯାଇଛି।
ଆୟୁବଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, “ବିଜୁ ଜନତା ଦଳର ବରିଷ୍ଠ ସଙ୍ଗଠକ ତଥା କଣ୍ଟାବାଞ୍ଝିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ଏବଂ ଦରଦୀ ନେତାଙ୍କୁ ହରାଇଲା। ଅଞ୍ଚଳର ଉନ୍ନତି ଓ ଲୋକଙ୍କ ସେବାରେ ସେ କରିଯାଇଥିବା କାର୍ୟ୍ୟ ସର୍ବଦା ତାଙ୍କୁ ଅମର କରି ରଖିବ। ଏପରି ଦୁଃଖଦ ସମୟରେ ତାଙ୍କ ପୁଅ ଡ. ଅମଜାଦ ଅଲ୍ଲୀ ଖାନଙ୍କ ସହିତ କଥା ହୋଇ ସମସ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ସହ ଅମର ଆତ୍ମାର ସଦଗତି କାମନା କଲି।”










