33.1 C
Bhubaneswar
Wednesday, May 13, 2026
Homeଓଡିଶାବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

ପାଲଲହଡା: ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ । ଏଭଳି ଅଭାବନୀୟ ଘଟଣା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଅର୍କିଳ ଗ୍ରାମରେ । ସୂଚନା ଅନୁସାରେ ମୃତକଙ୍କ ସହ ତାଙ୍କ ବାପା ଓ ମାଙ୍କର କୌଣସି କାରଣ ବଶତଃ ଝଗଡା ହୋଇଥିଲା । ସେଥିରେ ରାଗିଯାଇ ସଂଜୀବ ତାଙ୍କ ମାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ସେଥିରେ ବାପା ମୁରଲୀଧର ବେହେରା ପୁଅ ପୁଅ ଠାରୁ ଜୋର ଜବରଦସ୍ତ ଟାଙ୍ଗିଆ ଛଡାଇଥିଲେ ଓ ସେହି ଟାଙ୍ଗିଆରେ ପୁଅକୁ ହାଣିବା ସହିତ ଫସା ମାରିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ବାପା ମାଆ ଦୁହେଁ ମିଶି ମୃତଦେହକୁ ଜଙ୍ଗଲରେ ପୋତି ଦେଇଥିଲେ । ତେବେ ଘଟଣାର ୬ ଦିନ ପରେ ଖବର ପାଇ ରେଙ୍ଗାଳି ପୋଲିସ ମୃତଦେହକୁ ଜବତ କରିବା ସହ ବାପା ଓ ମାଆକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ରେଙ୍ଗାଳି ଥାନା ପୋଲିସ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking