27.2 C
Bhubaneswar
Sunday, July 5, 2026
Homeଓଡିଶାଆଜି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା

ଆଜି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା

କଟକ : ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଅନୁଷ୍ଠିତ ହେବ । ପେପର-୧ ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ପେପର୨ ପରୀକ୍ଷା ଅପରାହ୍ନ ୨ ଟାରୁ ୪ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରେ ୩୧୧ ଟି ସେଣ୍ଟର୍‌ରେ ଦୁଇଟି ଯାକ ପେପର୍‌ରେ ୯୭ ହଜାର ୧୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ଏଥିରୁ ୧୩ ହଜାର ୫୮୪ ଜଣ ଇନ୍‌ସର୍ଭିସ୍‌ ଶିକ୍ଷକ ଥିବାବେଳେ ଅବଶିଷ୍ଟ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି । ୧୫୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷା ଓଏମ୍‌ଆର୍‌ ସିଟ୍‌ରେ ହେବ । ଆବେଦନକାରୀଙ୍କ ମଧ୍ୟରୁ ପେପର ୧ ରେ ୨୮ ହଜାର ୮୨୧ ଜଣ ଏବଂ ପେପର-୨ରେ ୬୮ ହଜାର ୩୨୯ ଜଣ ପରୀକ୍ଷା ଦେଉଥିବା ସୂଚନା ମିଳିଛି । ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ ରାଜ୍ୟର ୩୧୧ଟି ଯାକ ସେଣ୍ଟର୍‌ରେ କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଖଞ୍ଜାଯାଇଛି । ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ଉପରେ ସିସିଟିଭି ଫୋକସ୍‌ ରହିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଏହି ଅବସରରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଭିଡିଓ କନ୍‌ଫରେନସିଂ ଯୋଗେ ୩୦ଟି ଯାକ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ପରୀକ୍ଷା ପରିଚାଳନା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପରୀକ୍ଷା କେନ୍ଦ୍ରର ଲାଇଭ୍‌ ଭିଡିଓ ଦେଖିବା ଲାଗି ବୋର୍ଡ କାର୍ଯ୍ୟାଳୟରେ ଏକ କମାଣ୍ଡ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି । ବର୍ଷା ଲାଗି ରହିଥିବାରୁ ବିଜୁଳି ବିଭ୍ରାଟ ହେବାର ଆଶଙ୍କା ଥିବାରୁ ବିକଳ୍ପ ଭାବେ ପ୍ରତି କେନ୍ଦ୍ରରେ ଜେନେରେଟର ବନ୍ଦୋବସ୍ତ କରାଇବା ପାଇଁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପେପର ୨ ପରୀକ୍ଷା ପାଇଁ ଗ୍ରାଜୁଏଟ ସିଟି ଓ ବିଇଡି ସାର୍ଟିଫିକେଟ୍‌ଧାରୀ ଆବେଦନ କରିଥିବା ବେଳେ ପେପର-୧ ପାଇଁ ଯୁକ୍ତ ଦୁଇ ସିଟି ସାର୍ଟିଫିକେଟ୍‌ଧାରୀ ଆବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking