27.2 C
Bhubaneswar
Sunday, July 5, 2026
Homeଓଡିଶାଏସ୍‌ଆଇଆର୍‌ ଚିଠା ତାଲିକା, ଓଡ଼ିଶାରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ

ଏସ୍‌ଆଇଆର୍‌ ଚିଠା ତାଲିକା, ଓଡ଼ିଶାରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ

ଭୁବନେଶ୍ବର: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟ ଓଡ଼ିଶା ଶେଷ ହୋଇଛି । ଏଥିସହ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ପ୍ରାୟ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ରାଜ୍ୟରେ ବର୍ତ୍ତମାନ ୩ କୋଟି ୧୩ ଲକ୍ଷ ଭୋଟର ରହିଛନ୍ତି । ଓଡ଼ିଶାରେ ୩୧ ଟି ନିର୍ବାଚନ ଜିଲ୍ଲା ହୋଇଛି। ନୂତନ ଭାବେ ଭୁବେନେଶ୍ୱର ନିର୍ବାଚନ ଜିଲ୍ଲା ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ସୂଚନା ଦେଇଛନ୍ତି।

ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ଦିଆଯାଇଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି ୨୦ ଲକ୍ଷ ୧୪ ହଜାର ଲୋକଙ୍କ ନାମ ବାଦ ପଡିଥିବା ବେଳେ ଏଠି ମଧ୍ୟରୁ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର ଭୋଟର ରହିଛନ୍ତି । ସ୍ଥାନାନ୍ତରିତ /ଅନୁପସ୍ଥିତ ପାଇଁ ୧୦ ଲକ୍ଷ ୭ ହଜାର । ଭୋଟର ତାଲିକାରେ ଏକାଧିକ ସ୍ଥାନରେ ପଞ୍ଜିକୃତ ରହିଛି। ସେହିଭଳି ୧ ଲକ୍ଷ ୫୮ ହଜାର ଓ ଅନ୍ୟ କାରଣ ପାଇଁ ୧୪ ହଜାର ଭୋଟର ରହିଛନ୍ତି।ରାଜ୍ୟରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଭୋଟର ରହିଛନ୍ତି। ସେହିଭଳି ୨ ହଜାର ୭୭୫ ଜଣ ତୃତୀତ ଲିଙ୍ଗି ଭୋଟର ରହିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି ଯେ, ପ୍ରାଥମିକତା ଭାବେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ ଦିଆଯାଇଛି। ଏହି ଭୋଟମାନେ ସେମାନଙ୍କ ନାଗରିକତ୍ୱର କୌଣସି ପ୍ରମାଣ ଦେଇପାରିନାହାନ୍ତି କିମ୍ବା ମ୍ୟାପିଂ ସମୟରେ ସେମାନଙ୍କ ନାମ ଆସିପାରିନାହିଁ । ଦେହାନ୍ତ ହୋଇଯାଇଥିବା ଭୋଟରଙ୍କ ନାମ ମଧ୍ୟତାଲିକାରୁ ବାଦ୍ ଦିଆଯାଇଛି । ଯଦି ଭୁଲରେ କାହାର ନାଁ କଟିଥିବ ସେ ଆବେଦନ କରିପାରିବେ।ନାଁ ନଥିଲେ ଫର୍ମ-୬ର ଆନେକ୍ସର-୪ ଅନୁଯାୟୀ ଆବେଦନକରି ହେବ । ସେହିଭଳି ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ଆବେଦନ କରିବାକୁ ଆହ୍ବାନ କରିଛନ୍ତି ସିଇଓ।

ଗତ ମେ’ ୨୮ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନସଭା ଆସନରେ ଏସ୍ଆଇଆର ପ୍ରକ୍ରିୟା ଚାଲିଥିଲା । ଏଥିରେ ନିୟୋଜିତ ବିଏଲ୍ଓ (ବୁଥ୍ ଲେଭଲ୍ ଅଫିସର) ଭୋଟରଙ୍କଠାରୁ ଫର୍ମ ପୂରଣ କରି ଆଣିଥିଲେ । ପରେ ସେସବୁର ଡିଜିଟାଇଜେସନ୍ କରାଯାଇଥିଲା । ଏଥିରେ ଯେଉଁମାନେ ଆବଶ୍ୟକ ଡକ୍ୟୁମେଣ୍ଟ ଦେଇପାରିଛନ୍ତି ସେମାନଙ୍କ ନାମ ଭୋଟର ତାଲିକାରେ ରହିଛି । ଯେଉଁମାନେ ଦେଇପାରି ନାହାନ୍ତି ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି । ଯେଉଁ ଭୋଟରମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ନାମକୁ ମଧ୍ୟ ତାଲିକାରୁ ବାଦ୍ ଦିଆଯାଇଛି । ଆଜିଠୁ ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ଏଥି ସମ୍ବନ୍ଧୀୟ ଦାବି ଓ ଆପତ୍ତି ଗ୍ରହଣ କରାଯିବ । ଅର୍ଥାତ ଯେଉଁମାନଙ୍କର ଭୋଟର ତାଲିକାରୁ ନାମ କଟିଯାଇଛି ସେମାନଙ୍କ ନିକଟରେ ଯଦି ଆବଶ୍ୟକ ଦସ୍ତାବିଜ୍ ରହିଥାଏ ସେସବୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ । ଦାବି ଓ ଆପତ୍ତିର ସମସ୍ତ ଯାଞ୍ଚ୍ ଓ ଫଇସଲା ଅଗଷ୍ଟ ୪ତାରିଖରୁ ସେପ୍ଟେମ୍ବର ୨ତାରିଖ ମଧ୍ୟରେ ସମ୍ପନ୍ନ ହେବ । ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । ଦାବି ଓ ଆପତ୍ତି ଗ୍ରହଣ ଏବଂ ତାହାର ଫଇସଲା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତାର ସହ ସମ୍ପାଦନ କରାଯିବ । କୌଣସି ଜଣେ ବି ଯୋଗ୍ୟ ମତଦାତା ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking