33.1 C
Bhubaneswar
Wednesday, May 13, 2026
Homeଦେଶ ବିଦେଶବାରାମତୀରେ ଆଉ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

ବାରାମତୀରେ ଆଉ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ବାରାମତୀରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ । ରିପୋର୍ଟ ଅନୁସାରେ , ତାଲିମ ପାଇଁ ବ୍ୟବହୃତ ଦୁଇ ଆସନ ବିଶିଷ୍ଟ ବିମାନଟି ବାରାମତିରେ ଗୋଜୁବାଦି ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୂର୍ବରୁ ଅଜିତ ପାୱାରଙ୍କ ବିମାନ ମଧ୍ୟ ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ରେଡ ବାର୍ଡ କମ୍ପାନୀର ଏହି ଦୁଇ ଆସନ ବିଶିଷ୍ଟ ତାଲିମ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାପର ଗୋଜୁବାଜି ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡାଣ ସମୟରେ ବିମାନର ଇଞ୍ଜିନ ଖରାପ ହୋଇଯାଇଥିବା ଜଣାପଡିଛି । ପାଇଲଟ ଉପସ୍ଥିତ ବୃଦ୍ଧି ପ୍ରଦର୍ଶନ କରି ସୁରକ୍ଷିତ ଅବତରଣ କରିବାକୁ ଚେଷ୍ଟା କରିଥିଲେ । ବାରାମତିରେ ଗୋଜୁବାବି ଅଞ୍ଚଳରେ ସେ ବିମାନକୁ ହାର୍ଡ ଲ୍ୟାଣ୍ଡିଂ କରିଥିଲେ । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବଡ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ରିପୋର୍ଟ ମିଳିନାହିଁ । ଯେତେବେଳେ ସ୍ଥାନୀୟ ଲୋକମାନେ ବିମାନ ଅବତରଣ କରୁଥିବା ଦେଖିଲେ, ଘଟଣାସ୍ଥଳରେ ଏକ ବଡ ଭିଡ ଜମା ହୋଇଯାଇଥିଲା । ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏକ ବୈଷୟିକ ଦଳ ବର୍ତ୍ତମାନ ବିମାନ ଦୁର୍ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ , ଚଳିତ ବର୍ଷ ଜାନୁଆରୀ ମାସରେ ବାରାମତିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ , ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକ୍ରମ ବିମାନ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । ପ୍ରଶାସନ ବର୍ତ୍ତମାନ ଦୁର୍ଘଟଣାର କାରଣ ସମ୍ପର୍କରେ ଏକ ବିସ୍ତୃତ ତଦନ୍ତ କରୁଛି । ପ୍ରାରମ୍ଭିକ ଭାବରେ ଇଞ୍ଜିନ ବିଫଳତାକୁ ପ୍ରାଥମିକ କାରଣ ବୋଲି ଅନୁମାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking