33.1 C
Bhubaneswar
Wednesday, May 13, 2026
Homeଓଡିଶା୧୯ରେ କଳାହାଣ୍ଡି ଜିଲ୍ଲାପାଳ ଅଫିସ ଘେରାଉ ଚେତାବନୀ

୧୯ରେ କଳାହାଣ୍ଡି ଜିଲ୍ଲାପାଳ ଅଫିସ ଘେରାଉ ଚେତାବନୀ

କଳାହାଣ୍ଡି: ପଞ୍ଚମ ଦିନରେ ମେଗାଲିଫ୍ଟ ଚାଷୀଙ୍କ ଆନ୍ଦୋଳନ । ୧୯ରେ କଳାହାଣ୍ଡି ଜିଲ୍ଲାପାଳ ଅଫିସ ଘେରାଉ ଚେତାବନୀ । ପଞ୍ଜିକରଣ ପୋର୍ଟାଲ ଖୋଲିବା ପାଇଁ ଦୀର୍ଘ ମାସ ହେବ ଚାଷୀ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ ପରେ ଆନ୍ଦୋଳନ ଜାରି ରହିଛି । ଗତ ଶୁକ୍ରବାର ମେଗାଲିଫ୍ଟ କୃଷକ ମଞ୍ଚ ପକ୍ଷରୁ କୋକସରା ଠାରେ ଜାତୀୟ ରାଜପଥ ଅବରୋଧ ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ କରାଯିବା ସହ ହଜାର ହଜାର ଚାଷୀ ସମାବେଶରେ ଅଂଶଗ୍ରହଣ କରି ପ୍ରଶାସନକୁ ପକ୍ଷରୁ ଚାଷୀଙ୍କ ଦାବିକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଗଲାନାହିଁ। ଏହାକୁ ନେଇ ମେଗାଲିଫ୍ଟ କୃଷକ ମଞ୍ଚ ପକ୍ଷରୁ କ୍ରମାଗତ ଭାବେ ଆନ୍ଦୋଳନ ଜାରି ରହିଛି । ଧାରଣାରେ ୨ ବ୍ଲକର ୩ ପଞ୍ଚାୟତ ଶତାଧିକ ଚାଷୀ ଥାନା ସମ୍ମୁଖରେ ଥିବା ଜାତୀୟ ରାଜପଥ କଡରେ ବସି ଧାରଣା ଦେଇଛନ୍ତି। ୩ ପଞ୍ଚାୟତରୁ ଭାଗ ନେଇଥିବା ଚାଷୀମାନେ ରାଜ୍ୟ ସରକାରଙ୍କୁ ରବିଧାନ ବିକ୍ରିପାଇଁ ପିପାସ ପୋର୍ଟାଲ ଖୋଲିବା ଓ ପଞ୍ଚିକରଣ ଆରମ୍ଭ କରିବାକୁ ଦାବି କରିଛନ୍ତି। ୧୯ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାର୍ଳୟ ଘେରାଉ କରାଯିବା ନେଇ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking