ଗଞ୍ଜାମ: ହିଟର ବେସ ତିଆରି କାରଖାନାରେ ଲାଗିଲା ନିଆଁ । ଗଞ୍ଜାମ ହିଞ୍ଜିଳି ଥାନା ଅନ୍ତର୍ଗତ ଆଙ୍କୋରଡାରେ ଥିବା ଏକ ହିଟର ବେସ ତିଆରି କାରଖାନାରେ ସକାଳୁ ସକାଳୁ ନିଆଁ ଲାଗିଲା । ହୁତୁହୁତୁ ହୋଇ ଜଳିଗଲା ଦୁଇଟି ଗାଡି ଓ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ । କାରଥାନାର କୋଠାକୁ କୋଠାକୁ ବ୍ୟାପିଲା ନିଆଁ । ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ ହେଲା ଅଗ୍ନିଥମ ବାହିନୀ ସେରଗଡ, ହିଞ୍ଜିଳି ଓ ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି । ନିଆଁ ଏତେ ମାତ୍ରାରେ ବ୍ୟାପିଥିଲା ଯେ, ନିଆଁ ଦେଖି ଆଖପାଖ ଗାଁର ଲୋକେ ଆତଙ୍କିତ ହୋଇ ଦୌଡିନଥିଲେ ।










