32.1 C
Bhubaneswar
Tuesday, May 12, 2026
Homeଓଡିଶାନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ

କେନ୍ଦ୍ରାପଡ଼ା:  ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ତଥା କୁଦାନଗରୀ ଥାନା ଅଂଚଳର ଗୋଟିଏ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ୧୬ବର୍ଷୀୟା ନାବାଳିକା ସୋମବାର ଠାରୁ ନିଖୋଜ ହୋଇଥିବାର ଆଭିଯୋଗ ହୋଇଛି ।ସୂଚନା ଅନୁସାରେ, ଝିଅଟି ସବୁଦିନ ପରି ସୋମବାର ମଧ୍ୟ ଟ୍ୟୁସନକୁ ଯାଇଥିଲେ । ନିଜ ସାଇକେଲ୍ ନନେଇ ସାଙ୍ଗ ସହିତ ଯାଇଥିଲେ । ତେବେ ବନ୍ତଳା ନିକଟରେ ଦିନ ପ୍ରାୟ ୯ଟା୩୦ ମିନିଟିରେ ଝିଅଟି ଆସୁଥିବାର ଲୋକମାନେ ଦେଖିଥିବା କଥା ଝିଅର ମା’ କହିଛନ୍ତି ।ହେଲେ ଚବିଶ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ନିଖୋଜ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିପାରି ନାହିଁ । ନିଖୋଜ ନାବାଳିକାର ମା’ ଝିଅର ନିଖୋଜ ହେବା ଘଟଣା ସମ୍ପର୍କରେ କୁଦାନଗରୀ ଥାନାରେ ସୋମବାର ଦିନ ଲିଖିତ ଆଭିଯୋଗ ଦାଖଲ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking