35.1 C
Bhubaneswar
Monday, May 11, 2026
Homeଦେଶ ବିଦେଶଖାଇକୁ ଖସିଲା କାର: ୬ ମୃତ, ୪ ଗୁରୁତର

ଖାଇକୁ ଖସିଲା କାର: ୬ ମୃତ, ୪ ଗୁରୁତର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସୋମବାର ଭୋର ପ୍ରାୟ ୩ଟା ସମୟରେ ୧୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । କାକିରା ନିକଟସ୍ଥ ଘରା ଅଞ୍ଚଳ ନିକଟରେ ଥିବା ଚମ୍ବା ନୁରୁପୁରୁ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଗାଡିରେ ଥିବା ସମସ୍ତ ଯାତ୍ରୀ ଗୁଜୁରାଟର ପର୍ଯ୍ୟଟକ ଥିଲେ । ସେମାନେ କାର ଯୋଗେ ମନାଲିରୁ ଡାଲହାଉସି ଯାତ୍ରା କରୁଥିଲେ । ସେହି ସମୟରେ କାର ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡିଥିଲା । ଦୁର୍ଘଟଣା ଏତେ ଜୋର ଥିଲା ଯେ, ଗାଡିଟି ସମ୍ପୁର୍ଣ୍ଣ ଭାଙ୍ଗି ଘଟଣାସ୍ଥଳରେ ହି ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ୪ ଜଣ ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଡାକ୍ତରଖାନାକୁ ପଠାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ କାହିଁକି ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking