33.1 C
Bhubaneswar
Monday, May 11, 2026
Homeଦେଶ ବିଦେଶଡକ୍ଟର ଅଶୋକ କୁମାର ପଣ୍ଡା ହେଲେ ସେଲର ନୂଆ ଅଧ୍ୟକ୍ଷ

ଡକ୍ଟର ଅଶୋକ କୁମାର ପଣ୍ଡା ହେଲେ ସେଲର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ନୂତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ଡକ୍ଟର ଅସୋକ କୁମାର ପଣ୍ଡା ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ କମ୍ପାନିର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ଏହି ସମୟ ମଧ୍ୟରେ ପ୍ରାୟ ୯ ମାସ ପାଇଁ ତାଙ୍କ ପାଖରେ ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ ମଧ୍ୟ ରହିଥିଲା । ଡକ୍ଟର ପଣ୍ଡା ଇଲେକ୍ଟ୍ରି କାଲ ଇଞ୍ଜିନିୟରିଂରେ ବି.ଇ ସମାପ୍ତ କରିବା ପରେ ୧୯୯୨ ମସିହାରେ ମ୍ୟାନଜମେଣ୍ଟ ଟ୍ରେନି ଭାବରେ ସେଲରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ବିଗତ ତିନି ଦଶନ୍ଧିରୁ ଅଧିକ ସମୟର ନିଷ୍ଠାପର ସେବା ବଳରେ ସେ କମ୍ପାନୀର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛନ୍ତି । ବିଭିନ୍ନ ପ୍ଲାଣ୍ଟ ଓ ୟୁନିଟରେ କାର୍ଯ୍ୟ କରିବା ଫଳରେ ପ୍ରଚାଳନ, ଆର୍ଥିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ନିର୍ଦ୍ଦେଶକ ଭାବେ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ରଣନୈତିକ ପଦକ୍ଷେପର ନେତୃତ୍ୱ ନେଇଥିଲେ, ଯାହା କମ୍ପାନୀର ଲାଭଜନକତା ଓ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking