35.1 C
Bhubaneswar
Saturday, May 9, 2026
Homeଓଡିଶାବିନା ୟୁନିଫର୍ମରେ ପିସିଆର ମଧ୍ୟ ପିଟିଥିଲା: ସୌମ୍ୟଙ୍କ ସାଙ୍ଗ

ବିନା ୟୁନିଫର୍ମରେ ପିସିଆର ମଧ୍ୟ ପିଟିଥିଲା: ସୌମ୍ୟଙ୍କ ସାଙ୍ଗ

ଭୁବନେଶ୍ୱର:  ବାଲିଅନ୍ତା ଘଟଣାରେ ମୁହଁ ଖୋଲି ଏମିତି କହିଛନ୍ତି ମୃତ ସୌମ୍ୟଙ୍କ ବନ୍ଧୁ ଓମ୍। ସେ ଆହୁରି ମଧ୍ୟ କହିଛନ୍ତି, ମତେ ମଧ୍ୟ ବଡେଇବାକୁ ଆସୁଥିଲେ, କହିଥିଲେ ୟାକୁ ବାଡାଅ। କିନ୍ତୁ ଗଙ୍ଗେଶ୍ୱରରୁ କିଛି ଲୋକେ ପାଖରେ ଥିବାରୁ ମୁଁ ବଞ୍ଚିଗଲି, ଭୟରେ ସୌମ୍ୟଙ୍କୁ ବାଡେଇବା ସମୟରେ ଅଟକାଇପାରିଲିନି। ନହେଲେ ମତେ ମଧ୍ୟ ମାରି ଥାନ୍ତୋ ସ୍ୟୌମ୍ୟ ଙ୍କୁ ବାତ ମାରୁଥିଲା ବୋଧେ ସେ ଉତ୍ତ୍ୟକ୍ତ ହୋଇ ଦାନ୍ତ କାମୁଡୁ ଥିଲେ। ମତେ ମଧ୍ୟ ମାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଜିମରୁ ପାଖାପାଖି ୧୧ ଟା ଭିତରେ ଯିବା ବେଳେ ରାସ୍ତାରେ ଏହି ଘଟଣା ଘଟିଥିଲା। ସେ ଗାଡିରୁ ଓହ୍ଲାଇ ରାଗି ଯାଇ ସେ ଝିଅକୁ ବାଡାବାଡି କଲା। ଆମେ ତଳେ ପଡ଼ିବା ପରେ ସୌମ୍ୟ ଝିଅକୁ ବାଡେଇଲା, ଆଉ କିଛି କରିନି। ସୌମ୍ୟ ଦାନ୍ତ କାମୁଡି ସମସ୍ତଙ୍କୁ ଗାଳିଗୁଲଜ କରୁଥିଲେ। ଘଟଣା ପରେ ପ୍ରାୟ ୭୦ରୁ ୮୦ ଲୋକେ ଏକାଠି ହୋଇଥିଲେ କିନ୍ତୁ ୧୦ରୁ ୧୨ ଜଣ ସୌମ୍ୟଙ୍କୁ ମାଡ ମାରୁଥିଲେ। ବିନା ୟୁନିଫର୍ମରେ ପିସିଆର ମଧ୍ୟ ପିଟିଥିଲା। ୟୁନିଫର୍ମରେ ଥିବା ପିସିଆର ଚୁପ୍ ହୋଇ ସବୁ ଦେଖୁଥିଲେ। ଆଇନକୁ ହାତକୁ ନେଇଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍।ଜିଆରପି କନେଷ୍ଟବଳ ସୌମ୍ୟ ମୃତ୍ୟୁ ଖୁଲାସା କଲେ ସେଦିନ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସୌମ୍ୟଙ୍କ ସାଥିରେ ଥିବା ବନ୍ଧୁ ଓମ୍। ଦୁଇ ଯୁବତୀଙ୍କ ଅଭିଯୋଗକୁ ସେ ଖଣ୍ଡନ ମଧ୍ୟ କରିଛନ୍ତି। ସୌମ୍ୟ ଯୁବତୀଙ୍କୁ ମାଡ ମାରିଥିବା ଘଟଣାକୁ ସ୍ୱୀକାର କରିଛନ୍ତି। ମାତ୍ର ଅସଦାଚରଣ ଘଟଣାକୁ ଖଣ୍ଡନ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking