35.1 C
Bhubaneswar
Friday, May 8, 2026
Homeଦେଶ ବିଦେଶଇରାନ-ଇସ୍ରାଏଲ ଯୁଦ୍ଧ : ବିମାନବନ୍ଦର ଉପରେ ମିଳିତ ଆକ୍ରମଣ

ଇରାନ-ଇସ୍ରାଏଲ ଯୁଦ୍ଧ : ବିମାନବନ୍ଦର ଉପରେ ମିଳିତ ଆକ୍ରମଣ

ନୂଆଦିଲ୍ଲୀ :  ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି । ଇରାନର ଷ୍ଟେଟ ମିଡିଆ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଆମେରିକା ଓ ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକ ଯୋଗୁଁ ଇରାନର ବିମାନବନ୍ଦର ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି ତେହେରାନର ମେହରାବାଦ ଏବଂ ବୁସେହର ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି । ଭିଡିଓରେ ଦେଖାଯାଇଛି , ମିସାଇଲ ମାଡ଼ରେ ରନୱେରେ ଠିଆ ହୋଇଥିବା ଏକ ବୋଇଂ ଯାତ୍ରୀବାହୀ ବିମାନ ସମ୍ପୂର୍ଣ୍ଣ ଜଳିଯାଇଛି । ବିମାନବନ୍ଦରର ହ୍ୟାଙ୍ଗର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଧ୍ୱଂସ ହୋଇଯାଇଥିବା ବେଳେ ଚାରିଆଡ଼େ କଳା ଧୂଆଁର ଆସ୍ତରଣ ଦେଖିବାକୁ ମିଳୁଛି ।ଇରାନର ଏୟାରଲାଇନ୍ସ ଆସୋସିଏସନ ଅନୁଯାୟୀ,  ଆକ୍ରମଣରେ ପ୍ରାୟ ୨୦ରୁ ଅଧିକ ଯାତ୍ରୀବାହୀ ବିମାନ କ୍ଷତିଗ୍ରସ୍ତ ହୋଇଛି । ଆମେରିକା ଓ ଇସ୍ରାଏଲର ଏହି ମିଳିତ କାର୍ୟ୍ୟାନୁଷ୍ଠାନ ପରେ ସାରା ବିଶ୍ୱରେ ଚେତାବନୀ ଜାରି କରାଯାଇଛି । ଏହି ଘଟଣା ପରେ ଇରାନ ନିଜର ସମସ୍ତ ବିମାନ ଚଳାଚଳ ବନ୍ଦ କରିଦେଇଥିବା ବେଳେ ପ୍ରତିଶୋଧ ନେବାକୁ ଧମକ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking