35.1 C
Bhubaneswar
Thursday, May 7, 2026
Homeଓଡିଶାଖଟିଆରେ ବୁହା ହେଲେ ଗର୍ଭବତୀ

ଖଟିଆରେ ବୁହା ହେଲେ ଗର୍ଭବତୀ

କଳାହାଣ୍ଡି: ପୁଣି ସେହି ଦୁଃଖଦ ଘଟଣା ! ପୁଣି ଜନନୀ ଯନ୍ତ୍ରଣା। ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । କଳାହାଣ୍ଡି ଜିଲ୍ଲାରୁ ଆସିଛି ଏଭଳି ଘଟଣା । କଳାହାଣ୍ଡି ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତ ଆମ୍ବଗୁଡା- ମାଲପଡାରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ପ୍ରାୟ ଦେଢ କିମି ଯାଏଁ ନେଲେ ପରିବାର ଲୋକେ। ଦୀର୍ଘ ବର୍ଷ ଧରି ଗାଁକୁ ପକ୍କା ରାସ୍ତା ନାହିଁ । ଆମ୍ବୁଲାନ୍ସ ଆସିଲା ହେଲେ କାଦୁଅ ରାସ୍ତା ଲାଗି ଅଧା ବାଟରେ ଅଟକି ଗଲା । ଏହା ଆଜିକାର ଘଟଣା ନୁହେଁ ଏଭଳି ଖବର ବାରମ୍ବାର ଆସୁଛି କିନ୍ତୁ ସ୍ଥିତିରେ ସୁଧାର ଆସୁନି । ତେବେ ପ୍ରଶ୍ନ ଉଠୁଛି, ରାସ୍ତା ନିର୍ମାଣ ପାଇଁ ଯେଉଁ ବଜେଟ ଦିଆଯାଉଛି ସେ ସବୁ ରାସ୍ତା ନିର୍ମାଣ କାର୍ଯ୍ୟରେ ଲାଗୁଛି ନାଁ ବଡ ବଡିଆ ବାବୁଙ୍କ ପକେଟରେ ରହୁଛି । ଆଉ କେତେ ଘଟଣା ଘଟିଲେ ସରକାର, ପ୍ରଶାସନ ଚେତିବେ । କେବେ ଦୂର ହେବ ଏ ସମସ୍ୟା । କେବେ ସୁଧାର ଆସିବ ଉକ୍ତ ଗ୍ରାମରେ। କେଉଁଠି ରହିଲା ତ୍ରୁଟି । ସରକାର ନା ସରପଞ୍ଚଙ୍କ ଅବହେଳା । ସରକାର ଲୋକଙ୍କ କଥା ଶୁଣୁନାହାନ୍ତି ନା ଗ୍ରାମର ସରପଞ୍ଚ , ସମିତିସଭ୍ୟ ଗ୍ରାମର ବିକାଶ ପାଇଁ ଚେଷ୍ଟା କରୁନାହାନ୍ତି । ଗୋଟିଏ କଲମ, କାଗଜରେ ସୀମୀତ ରହିଯାଉଛି କି ରାସ୍ତା ପ୍ରକଳ୍ପ । ତାହା ଏବେ ସନ୍ଦେହ ଘେରରେ । ତେବେ ଗ୍ରାମବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ଆଉ କେତେ ବର୍ଷ ଗଲେ ଧଅରପୁର ପଞ୍ଚାୟତ ଆମ୍ବଗୁଡା- ମାଲପଡାରେ ଗଡିବ ଆମ୍ବୁଲାନ୍ସ , ନା ଏଭଳି ଗର୍ଭବତୀଙ୍କୁ ଖଟିଆ, କାନ୍ଧରେ ବୁହାଯିବ । ଗ୍ରୀଷ୍ମ ଦିନରେ ଯଦି କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଆସିପାରୁନାହିଁ ଯଦି ବର୍ଷା ଦିନ ହୋଇଥାନ୍ତା କେତେ ରୋଗୀ କେତେ ଗର୍ଭବତୀ ଙ୍କୁ ଏଭଳି କାନ୍ଧରେ ବୋହିଥାନ୍ତେ ପରିବାର ଲୋକେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking