ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ବର୍ଷେ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟ । ସଶସ୍ତ୍ର ବାହିନୀକୁ ପ୍ରଶଂସା ସହ ପହଲଗାମ ଆକ୍ରମଣର ଉଚିତ ଜବାବ ଥିବା କହିଲେ । ଆମ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂରରେ ଅତୁଳନୀୟ ସାହସ ପ୍ରଦର୍ଶନ କରିଥିଲେ । ପହଲଗାମ ନିରୀହ ଭାରତୀୟଙ୍କୁ ଆକ୍ରମଣର ଉପଯୁକ୍ତ ଜବାବ ଦେଇଥିଲେ । ସମଗ୍ର ଦେଶ ଆମର ସେନାଙ୍କୁ ସେମାନଙ୍କର ବୀରତ୍ୱ ପାଇଁ ସଲାମ କରୁଛି । ଏହା ଆତଙ୍କବାଦ ବିରୋଧରେ ଭାରତର ଦୃଢ ପ୍ରତିକ୍ରିୟାକୁ ପ୍ରଦର୍ଶିତ କରିଥିଲା । ସେନାର ବୃତ୍ତିଗତତା, ପ୍ରସ୍ତୁତି ଓ ସମନ୍ୱିତ ଶକ୍ତିକୁ ମଧ୍ୟ ଆଲୋକିତ କରିଥିଲା । ବର୍ଷେ ପରେ ଆତଙ୍କବାଦ ଓ ଏହାର ଇକୋସିଷ୍ଟମକୁ ନଷ୍ଟ କରିବା ପାଇଁ ସଂକଳ୍ପବଦ୍ଧ ।










