ଭୁବନେଶ୍ୱର: ଆସନ୍ତା ୨୫ରୁ ବଲାଙ୍ଗିର ରବି ଧାନ କିଣା । ଜିଲ୍ଲାରେ ରବି ଋତୁର ଧାନ କିଣାକିଣି ପାଇଁ ପ୍ରସ୍ତୁତି ବୈଠକ ସରିଛି । ଆସନ୍ତା ୨୫ମେ ରୁ ଧାନ କିଣାକିଣି ହେବ । ୧୨୫ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୧୧ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ସମୁଦାୟ ୧୩୬ ଗୋଟି ଧାନ ମଣ୍ଡିରେ ଚାଷୀମାନଙ୍କ ଠାରୁ ରବି କିଣାଯିବ । ଏଥିପାଇଁ ଜିଲ୍ଲାର ୧୭ ହଜାର ୩୦୪ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି ।ଏବେ ଜିଲ୍ଲାରେ ପ୍ରଚଣ୍ଡ ଖରା ଆଉ ତାତି ଥିବା ଯୋଗୁଁ ସକାଳ ୭ଟାରୁ ୧୧ଟା ଯାଏଁ ମଣ୍ଡି ପରିଚାଳନା ସାଙ୍ଗକୁ ଅପରାହ୍ନ ୩ଟା ପରେ ପରିବହନ ପାଇଁ ଶ୍ରମିକ ନିୟୋଜନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଖରିଫ ଋତୁର ୧୫୯ ଜମ ଚାଷୀଙ୍କ ଧାନ ବିକ୍ରି ନ ହୋଇ ପଡିରହିଛି । ମିଲ ମାନଙ୍କରେ ଏବେ ବି ଧାନ ଓ ଚାଉଳ ମହଜୁଦ ହୋଇ ରହିଛି । ଏହାର ତୁରନ୍ତ ଖାଲି ନ କଲେ ରବି ଋତୁର ଧାନ କିଣାକିଣି ପ୍ରଭାବିତ ହେବ ବୋଲି କହିଛି ଜିଲ୍ଲା କୃଷକ ମହାସଂଘ । ସେପଟେ ଜିଲ୍ଲାରେ ୨୪ ହଜାର ମେଟ୍ରିକ ଟନ ଚାଉଳ ଏଫସିଆଇ ଉଠାଇ ସାରିଛି । ଆଗକୁ ଆହୁରି ୨୨ ହଜାର ମେଟ୍ରିକ ଟନ ଚାଉଳ ଏଫସିଆଇକୁ ଟାର୍ଗେଟ କରି କେନ୍ଦ୍ର ସରକାର ଦେଉଛନ୍ତି ବୋଲି କହିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ।










