28.1 C
Bhubaneswar
Thursday, May 7, 2026
Homeଓଡିଶାଓଡ଼ିଶାର ଆଦିବାସୀ ଓ ଦଳିତ ଆନ୍ଦୋଳନକାରୀଙ୍କ ବ୍ୟକ୍ତି ମର୍ଯ୍ୟଦା ସୁରକ୍ଷା ପାଇଁ ଆଦେଶ ଦେଇଥିବାରୁ ଉଚ୍ଚତମ...

ଓଡ଼ିଶାର ଆଦିବାସୀ ଓ ଦଳିତ ଆନ୍ଦୋଳନକାରୀଙ୍କ ବ୍ୟକ୍ତି ମର୍ଯ୍ୟଦା ସୁରକ୍ଷା ପାଇଁ ଆଦେଶ ଦେଇଥିବାରୁ ଉଚ୍ଚତମ ନ୍ୟାୟାଳୟଙ୍କୁ କଂଗ୍ରେସର କୃତଜ୍ଞତା

ଭୁବନେଶ୍ୱର: ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତି ଲୋକେ ନ୍ୟାୟ ପାଇବାରୁ କ୍ରମାଗତ ଭାବେ ବଂଚିତ ହେଉଛନ୍ତି ଏବଂ ନ୍ୟାୟାଳୟ ଗୁଡ଼ିକ ରାଜ୍ୟରେ ବସବାସ କରୁଥିବା ଏହି ବର୍ଗ ଲୋକମାନଙ୍କର ମାନବିକ ଅଧିକାରକୁ ସୁରକ୍ଷା ଦେବାରେ ବିଫଳ ହେଉଛି, ତାହାର ପ୍ରମାଣ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ଏକ ନିର୍ଦ୍ଦେଶାନାମାରୁ ସ୍ପଷ୍ଟ ହୋଇଛି । ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଓ ଦଳିତ ଲୋକେ ସେଠାକାର ଖଣିଜ ସମ୍ପଦ, ପାହାଡ ଜଙ୍ଗଲ ଏବଂ ଆଦିବାସୀ ଗ୍ରାମର ଭୂସମ୍ପଦକୁ ବିନା ଗ୍ରାମସଭାରେ ବେଆଇନ ଭାବେ ବେଦାନ୍ତ କମ୍ପାନୀ ଓ ଅନ୍ୟ ଶିଳ୍ପପତିମାନଙ୍କୁ ରାଜ୍ୟ ସରକାର ହସ୍ତାନ୍ତର ଓ ଲିଜ୍ ଦେବା ପ୍ରତିବାଦରେ ଗତ ୨୦୨୩ ମସିହାରୁ ଆନ୍ଦୋଳନ କରୁଛନ୍ତି । ସେଥିପାଇଁ ସ୍ଥାନୀୟ ପ୍ରଶାସନ ସଂପୃକ୍ତ କମ୍ପାନୀର ହାତବାରିଶ ହୋଇ ନୀରିହ ଆଦିବାସୀ ଆନ୍ଦୋଳନକାରୀମାନଙ୍କ ବିରୁଦ୍ଧରେ ପୁଲିସ କେସ୍ ରୁଜୁ କରିଛନ୍ତି । ଫଳରେ ସଂପୃକ୍ତ ଆଦିବାସୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ରାୟଗଡା ଅଦାଲତରେ ବେଲ୍ ଆବେଦନ କରିବାରୁ ସଂପୃକ୍ତ ଜିଲ୍ଲା ଅଦାଲତ ଆଦିବାସୀ ଆନ୍ଦୋଳନକାରିମାନଙ୍କ ବେଲ୍ ଖାରଜ କରିଥିଲେ ଏବଂ ପରବର୍ତ୍ତି ଅବସ୍ଥାରେ ମାନ୍ୟବର ଉଚ୍ଚନ୍ୟାୟାଳୟରେ ସେମାନେ ବେଲ୍ ଆବେଦନ କରିବାରୁ ମାନ୍ୟବର ଉଚ୍ଚନ୍ୟାୟାଳୟ ଉକ୍ତ ଆବେଦନକୁ ବିଚାର କରି ବେଲ୍ ପ୍ରଦାନ କରିଥିଲେ ମଧ୍ୟ କଠୋର ସର୍ତ୍ତମାନ ରଖିବା ସହ ଆବେଦନକାରୀ ଆସାମୀମାନଙ୍କୁ ସ୍ଥାନୀୟ ଥାନାରେ ଦୁଇ ମାସ ଯାଏଁ ସଫେଇ କାର୍ଯ୍ୟ କରିବା ପାଇଁ ଗତବର୍ଷ ମେ ମାସ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଏହା ଆନ୍ଦୋଳନକାରୀମାନଙ୍କ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହୋଇଥିଲେ । ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱତଃ କଗ୍ନିଜେନ୍ସ (ସଂଜ୍ଞାନ) ନେଇ ବିଚାର ପାଇଁ ଗ୍ରହଣ କରିଥିଲେ । ଗତକାଲି ଏହି ମାମଲାକୁ ବିଚାର କରି ଏକ ଡିଭିଜନ ବେଞ୍ଚରେ ମାନ୍ୟବର ମୁଖ୍ୟ ବିଚାରପତି, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଳ ବାଗ୍‌ଚି ଓଡ଼ିଶାର ଉଚ୍ଚନ୍ୟାୟାଳୟଙ୍କ ଉକ୍ତ ଆଦେଶକୁ ରଦ୍ଦ କରିଛନ୍ତି । ସର୍ବୋପରି ଏହି ଆଦେଶ କେବଳ ଓଡ଼ିଶା ନ୍ୟାୟାଳୟ ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଉଦ୍ଦିଷ୍ଟ ନ କରି ଦେଶର ସମସ୍ତ ନ୍ୟାୟାଳୟ ସେମାନଙ୍କ ଦ୍ୱାରା ଦିଆଯାଉଥିବା ଆଦେଶ ଉପରେ ସଚେତନ ରହିବା ସହ ଆଦିବାସୀ ଓ ଦଲିତ ତଥା ଗରୀବ ଲୋକଙ୍କ ମୌଳିକ ଅଧିକାର ଓ ବ୍ୟକ୍ତି ମର୍ଯ୍ୟଦାର ସୁରକ୍ଷା ପାଇଁ ଗାଇଡ୍ ଲାଇନ୍ ତିଆରି କରିଛନ୍ତି । ଦେଶର ଅନୁସୂଚିତ ଜାତି ଓ ଜନଜାତି ତଥା ଗରୀବ ଲୋକଙ୍କ ମାନବିକ ଅଧିକାରର ସୁରକ୍ଷା ପାଇଁ ଅଦାଲତ ଗୁଡ଼ିକ ଅଧିକ ସ୍ପର୍ଶକାତର ଓ ଯତ୍ନବାନ ହେବା ଉଚିତ ବୋଲି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏହି ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଦେଇଛନ୍ତି । ଆମ ରାଜ୍ୟର ଆଦିବାସୀ, ଦଳିତ ଓ ଗରୀବ ଲୋକଙ୍କର ବ୍ୟକ୍ତି ମର୍ଯ୍ୟଦା ସୁରକ୍ଷା ପାଇଁ ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟ ଉପରୋକ୍ତ ଆଦେଶରେ ଚିନ୍ତା ପ୍ରକଟ କରିଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆମେ ଧନ୍ୟବାଦ ଦେଉଛୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜନଜାତି ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ବରିଷ୍ଠ କଂଗ୍ରେସ ନେତା ତଥା ଅଧିବକ୍ତା ହଳଧର ସେଠୀ ଓ ପିସିସି ସମ୍ପାଦକ ଅନୀମା ମିଞ୍ଜ୍ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking