31.1 C
Bhubaneswar
Wednesday, May 6, 2026
Homeଓଡିଶାମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ଗଞ୍ଜାମ : ହନୁମାନଙ୍କ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା। ସୁନା,ରୁପା ଅଳଙ୍କାର ସହ ହୁଣ୍ଡିକୁ ମଧ୍ୟ ନେଇ ଲୁଟେରା ଫେରାର ହୋଇଯାଇଛନ୍ତି। ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଲୁଟ ଘଟଣା ଘଟିଛି, ଗଞ୍ଜାମ ଛତ୍ରପୁର ଥାନା ଅଧିନ କୁମାରବେଗପଲ୍ଲୀ ଗାଁରେ ଥିବା ହନୁମାନ ମନ୍ଦିରରୁ ଏହି ଲୁଟ୍ ହୋଇଛି।ମିଳିଥିବା ସୂଚନାନୁଯାୟୀ, ଗତକାଲି ରାତିରେ ପୂଜକ ପୂଜା ସାରି ଘରକୁ ଫେରିଥିଲେ। ଆଜି ସକାଳେ ମନ୍ଦିର ଆସି ଦେଖିବା ବେଳକୁ ତାଲା ଭଙ୍ଗା ହୋଇଥିବା ବେଳେ ହନୁମାନଙ୍କ ଆଖି, ସୁନାର ଚିତା, ରୁପାର ଗଦା, ପର୍ବତ, ରାମ, ଲକ୍ଷ୍ମଣ, ସୀତାଙ୍କ ରୁପାର ଅଳଙ୍କାର ଲୁଟି ନେବା ସହ ହୁଣ୍ଡିକୁ ମଧ୍ୟ ନେଇ ଯାଇଛନ୍ତି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିରରେ ଥିବା ସିସିଟିଭି ଫୁଟେଜରେ ଦୃଶ୍ୟ କଏଦ ହୋଇଛି। ଦୁର୍ବୃତ୍ତମାନେ ମୁହଁ ଘୋଡାଇ ଏହି ଘଟଣା ଘଟାଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାର ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking