ଭୁବନେଶ୍ୱର: ପଥର ଖୋଲରେ ଫସିଥିବା ନାବାଳକ ଉଦ୍ଧାର ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । କହିଛନ୍ତି, ଏହା ବଡ ଚ୍ୟାଲେଞ୍ଜିଂ ଥିଲା । ଉଦ୍ଧାର ବେଳେ ଦୁଇଟି ବଡ ବିପଦ ଥିଲା । ଉପରେ ଥିଲା ବଡ ପଥର ଖଣ୍ଡ, ତାହା ସହିତ ଏକ ଅଜଗର ସାପ ଥିଲା । ବୈଷୟିକ ଚ୍ୟାଲେଞ୍ଜ ଥିଲା , ସେଥିପାଇଁ ଭୁବନେଶ୍ୱରରୁ ଯନ୍ତ୍ରପାତି ପଠାଗଲା । ପଥର ଭିତରେ ମୁଣ୍ଡ ପୁରାଇବା ପରେ ହାତ ଭର୍ତ୍ତି କରିବାରୁ ଠାକି ରହିଗଲା । ଯେଉଁମାନେ ସାହସିକ ଉଦ୍ଧାର କାର୍ଯ୍ୟ କରିଛନ୍ତି, ସମସ୍ତଙ୍କୁ ପୁରସ୍କୃତ କରାଯିବ । ସୂଚନା ଥାଉ କି, ନୟାଗଡ ଜିଲ୍ଲାର କାଣିପଡା ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଁ ଯାଇଥିବା ବେଳେ ପଥର ସନ୍ଧିରେ ନାବାଳକର ମୁଣ୍ଡ ରହିଯାଇଥିଲା । ଯାହାକି ବାହରକୁ ବାହାରିବା କଷ୍ଟ ହୋଇପଡିଥିଲା । ସ୍ଥାନୀୟ ଲୋକଙ୍କ ଖବର ପାଇ ଅଗ୍ନିଶମ ବାହିନୀ , ପୋଲିସ ଟିମ ପହଞ୍ଚିଥିଲେ । ଯାବା ବହୁତ ଚ୍ୟାଲେଞ୍ଜିଂ ଥିଲା । ପରେ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକ ଉଦ୍ଧାର ହୋଇଥିଲେ । । ସନ୍ଧ୍ୟା ହେବା ପୂର୍ବରୁ ରେସ୍କ୍ୟୁ କରାଯାଇଥିଲା ।










