ତାମିଲନାଡ଼ୁ: ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଟିଭିକେ ସବୁଠୁ ବଡ଼ ଦଳ ଭାବେ ହୋଇଥିବାବେଳେ ସରକାର ଗଠନ ପାଇଁ ଜୋରଦାର୍ କସରତ ଆରମ୍ଭ କରିଦେଇଛି। ଟିଭିକେ ସରକାର ଗଠନ ପାଇଁ କଂଗ୍ରେସଠାରୁ ସମର୍ଥନ ମାଗିଥିବାବେଳେ କଂଗ୍ରେସ ମଧ୍ୟ କିଛି ସର୍ତ୍ତ ସହିତ ଏଥିରେ ରାଜି ହୋଇଛି। ଟିଭିକେକୁ ସମର୍ଥନ ଦେବାକୁ ନେଇ କଂଗ୍ରେସ ପାର୍ଟିକୁ ପୁରୁଣା ସହଯୋଗୀ ଡିଏମ୍କେ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ପଛରୁ ଛୁରାଘାତ କରିଥିବା ଡିଏମ୍କେ କହିଛି। ଡିଏମ୍କେ ପ୍ରବକ୍ତା ସରବନାନ ଅନ୍ନାଦୁରାଇ କହିଛନ୍ତି କଂଗ୍ରେସର ୫ଟି ଆସନ ମଧ୍ୟ ବିଦାୟୀ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ଯୋଗୁ ସମ୍ଭବ ହୋଇପାରିଛି।










