23.1 C
Bhubaneswar
Tuesday, May 5, 2026
Homeଓଡିଶାପୁରୀ ସାଂସଦଙ୍କୁ କେବଳ ଭଜନ କୀର୍ତ୍ତନ କରିବା ପାଇଁ ଲୋକେ ବାଛିଛନ୍ତି କି ? :...

ପୁରୀ ସାଂସଦଙ୍କୁ କେବଳ ଭଜନ କୀର୍ତ୍ତନ କରିବା ପାଇଁ ଲୋକେ ବାଛିଛନ୍ତି କି ? : କଂଗ୍ରେସ

ଭୁବନେଶ୍ୱର: କଣାସ ବର୍ବର ଆକ୍ରମଣ ଘଟଣା ତଥା ନାରୀଙ୍କ ଉପରେ ଉଦବେଗଜନକ ଅତ୍ୟାଚାର ଓ ଶାସକଦଳର ଛତ୍ରଛାୟାରେ ଗୁଣ୍ଡାଗିରି ବିଷୟକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ବରିଷ୍ଠ ମୁଖପାତ୍ର ସୋନାଲି ସାହୁ, ମହିଳା କଂଗ୍ରେସ ମିଡ଼ିଆ ବିଭାଗ ଅଧ୍ୟକ୍ଷା ଜୟସ୍ମିତା ମହାନ୍ତି, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ମୁଖପାତ୍ର ରୁପାଦିତ୍ୟା ମହାପାତ୍ର ବିଶେଷତଃ ପୁରୀ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନିଜର ମତାମତ ପ୍ରକାଶ କରିଥିଲେ l ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପବିତ୍ର ପୁରୀ ମାଟିରେ ଗୋପବନ୍ଧୁଙ୍କ ଆଦର୍ଶକୁ ଜଳାଞ୍ଜଳି ଦେଇଛି ବିଜେପି ସରକାର।

ଗୋପବନ୍ଧୁଙ୍କ ବାଣୀ ଥିଲା:
ଚୋରି, ନାରୀ, ନିଶା ଆଦି ଦୁରାଚାର ନ କରୁ ଦୂଷିତ ଗ୍ରାମ ପରିବାର।କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ପୁରୀ ଜିଲ୍ଲାର କଣାସ ମାଟିରେ ବିଜେପି ନେତାଙ୍କ ଛତ୍ରଛାୟା ତଳେ ନିଶା ଏବଂ ଦୁରାଚାର ଚରମ ସୀମାରେ ପହଞ୍ଚିଛି। ଭୟର ବାତାବରଣ, ଆରାଜକତାର କଳା ଅଧ୍ୟାୟ ସୃଷ୍ଟି ହୋଇଛି। ପୁରୀ ଅଞ୍ଚଳରେ ଦୟା ଏବଂ ଭାର୍ଗବୀ ନଦୀ ପଠାରୁ ବିଜେପି ନେତାଙ୍କ ଆଶୀର୍ବାଦରେ ବାଲି ମାଫିଆମାନଙ୍କ ବାଲି ବେପାର, ମଣିଷ ରକ୍ତରେ ଚାଲିଛି ହୋଲି ଖେଳ, ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଛାରଖାର।

କଂଗ୍ରେସ ପ୍ରଶ୍ନ ପଚାରୁଛି
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଟିରେ ବାଲି କାରବାର ଚାଲିଛି ଜୋରଦାର, ପୋଲିସ ମାଫିଆଙ୍କୁ ଡରୁଛି ନା ସତ୍ତାଧାରୀ ନେତାଙ୍କୁ ଡରି ମାଫିଆଙ୍କୁ ଛାଡ଼ି ଦେଉଛି ? ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଏବଂ ପୁରୀ କୁହାଳିଆ ସାଂସଦଙ୍କୁ ଲୋକ ଚିତା-ଚୈତନ୍ୟ କାଟି କେବଳ ଭଜନ କୀର୍ତ୍ତନ ପାଇଁ ବାଛିନଥିଲେ। ସତ୍ୟବାଦୀ ବିଧାୟକଙ୍କ ସୁରକ୍ଷା ନଥିଲେ ଦିନ ଦ୍ୱିପ୍ରହରରେ ଶହ ଶହ ଟ୍ରିପ୍ ବାଲି ଚୋରି ସମ୍ଭବ କି ? ପୁରୀ ଏସପିଙ୍କ ଅପରେସନ ଚକ୍ରର ଅପରେସନ କେତେ ସଫଳ ? ପେଟ୍ରୋଲିଂ ଦ୍ୱାରା ଖାକିବର୍ଦ୍ଦି ଅପରାଧୀଙ୍କୁ ଧରୁଛି ନା ଅପରାଧୀଙ୍କ ଠାରୁ ବଟି ପାଇଁ ପାଟ୍ରୋଲିଂ କରୁଛି ? ସରକାର ଯଦି ଜଗନ୍ନାଥଙ୍କ ପବିତ୍ର ଯାହା ଓଡିଶାଙ୍କ ପରିଚୟ ସେହି ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ପାଇଁ ହେୟଜ୍ଞାନ କରୁଛନ୍ତି ତେବେ ଅନ୍ୟ ଜିଲ୍ଲା ପ୍ରତି ସରକାରଙ୍କ ମନୋଭାବ କଣ ଥିବ ଚିନ୍ତା କରନ୍ତୁ ବୋଲି ସମ୍ମିଳନୀରେ ଭାଗ ନେଇଥିବା ନେତ୍ରୀଗଣ ପ୍ରକାଶ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking