ଖୋର୍ଦ୍ଧା: ଜବଲପୁର ବୋଟ ବୁଡିବା ଘଟଣା ପରେ ଚିଲିକା ପାଇଁ ଲାଗିଲା କଟକଣା। ଚିଲିକା ହ୍ରଦରେ ଯାତ୍ରୀବାହୀ ନୌକା ଚାଳନା ସମୟରେ ଯାତ୍ରାମାନଙ୍କ ଜୀବନ ସୁରକ୍ଷା ପାଇଁ ଲାଗିଲା କଟକଣା। କଟକଣା ଲଗାଇଲେ ଖୋର୍ଦ୍ଧା ପ୍ରଶାସନ। ଚିଲିକାରେ ସମସ୍ତ ଯାତ୍ରୀବାହୀ ବୋଟ, ନୌକା, ଡଙ୍ଗା ନିୟମ ୨୦୦୪କୁ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୀଷ୍ମ ଋତୁରେ ପ୍ରାୟତଃ କାଳ ବୈଶାଖୀ ଏବଂ ଘୂର୍ଣ୍ଣିଝଡ ଜନିତ ବର୍ଷା , ତୋଫାନ ହେଉଥିବାରୁ ସମସ୍ତ ନୌକା ପାଇଁ ଲାଗିଲା କଟକଣା। ପ୍ରତ୍ୟେକ ବୋଟରେ ପିନ୍ଧିବେ ଲାଇଫ ଜ୍ୟାକେଟ, ବୋଟରେ ଯାତ୍ରୀ ସୁରକ୍ଷା ବଳୟ ବାଧ୍ୟତାମୂଳକ।ବୋଟ ମାଲିକମାନେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବେ। ନିୟମ ଉଲ୍ଲଙ୍ଘନ ବା ବ୍ୟତିକ୍ରମ କଲେ ସରକାର ସେମାନଙ୍କ ବୋଟ ପଞ୍ଜିକରଣକୁ ରଦ୍ଧ କରିବା ସହ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଏକ ବିଜ୍ଞପ୍ତି ମାଧୟମରେ ପ୍ରକାଶ ପାଇଛି ।










