30.1 C
Bhubaneswar
Tuesday, May 5, 2026
Homeଓଡିଶାରାଜ୍ୟରେ ଜାରି ରହିଛି କାଳ ବୈଶାଖୀ ବର୍ଷା

ରାଜ୍ୟରେ ଜାରି ରହିଛି କାଳ ବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳ ବୈଶାଖୀ ବର୍ଷା । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଝଡ, ବର୍ଷା । କଟକ, ଭୁବନେଶ୍ୱର ସମେତ ପୁରୀରେ ବି ସକାଳୁ ସକାଳୁ ବର୍ଷା ହୋଇଛି । କଳାହାଣ୍ଡିଆ ମେଘ ବାଦଲ ସାଙ୍ଗକୁ ପବନ ବର୍ଷା ଆରମ୍ଭ ହୋଇଛି । ଏବେ ପୂରା ଅସ୍ତରଙ୍ଗ ଅଞ୍ଚଳକୁ ଆଚ୍ଛାଦିତ କରି ବର୍ଷା ଜୋରଦାର ହେଉଛି । ତା ସାଙ୍ଗକୁ ପବନ ଜାରି ରହିଛି । ଦୁଇ ଦିନ ଧରି ପ୍ରବଳ ଖରାରେ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିଛି । କିନ୍ତୁ ଏହି କାଳ ବୈଶାଖୀ ପ୍ରଭାବରେ ଅସ୍ତରଙ୍ଗ ଅଂଚଳରେ ରବି ଋତୁର ବିରି, ମୁଗ ସାଙ୍ଗକୁ ମାଣ୍ଡିଆ ଚାଷ ପ୍ରବାବିତ ହୋଇଛି । ଏବେ ବର୍ଷା ଘଡଘଡି ପବନ ପୂରା ଅସ୍ତରଙ୍ଗ ଅଞ୍ଚଳକୁ ପ୍ରଭାବିତ କରିଛି । ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ ଜାରି ରହିବ କାଳ ବୈଶାଖୀ ବର୍ଷା । ଛତିଶଗଡରୁ ମଣିପୁର ଯାଏଁ ଏକ ଟ୍ରଫଲାଇନ ଆଭ୍ୟନ୍ତର ଓଡିଶା ଉପରେ ଥିବା ଘୂର୍ଣ୍ଣିବଳୟ ଦେଇ ଗତି କରୁଛି । ଏହା ପ୍ରଭାବରେ ଓଡିଶାରେ କାଳବୈଶାଖୀ ପ୍ରଭାବ ବଳବତ୍ତର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking