31.1 C
Bhubaneswar
Monday, May 4, 2026
Homeଓଡିଶାରାଜ୍ୟରେ ୩ଦିନ ବର୍ଷା-ପବନ-କୁଆପଥର ମାଡ଼ !

ରାଜ୍ୟରେ ୩ଦିନ ବର୍ଷା-ପବନ-କୁଆପଥର ମାଡ଼ !

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । କିଛିଦିନ ହେବ ବର୍ଷା ହେଉଥିବାବେଳେ ରବିବାର ମେଘୁଆ ପାଗ ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଛି। ତେବେ ଆଗାମୀ ୩ଦିନ ଯାଏ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ କରିଛି। ସୋମବାର ରାଜ୍ୟର ପ୍ରାୟ ସବୁ ଜିଲାରେ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ପବନ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କି.ମି. ପର୍ଯ୍ୟନ୍ତ ରହିବା ନେଇ ସୂଚନା ଦିଆଯାଇଛି।ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ୩ ଦିନ ପର୍ଯ୍ୟନ୍ତ ବର୍ଷାର ପରିମାଣ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପକ୍ଷରେ ରବିବାର ୪ଟି ଜିଲାର ଦିନ ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଥିଲା। ବୌଦ୍ଧରେ ସର୍ବାଧିକ ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଝାରସୁଗୁଡା ଓ ବଲାଙ୍ଗୀରରେ ୪୦.୨ ଡିଗ୍ରୀ ଏବଂ ତାଳଚେରରେ ୪୦ ଡିଗ୍ରୀ ରହିଥିଲା। ଉତ୍ତର ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୨ରୁ ୩ ଡିଗ୍ରୀ କମ୍‌ ଓ ଅଧିକ ରହିଥିବା ସୂଚନା ଦିଆଯାଇଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking