31.1 C
Bhubaneswar
Monday, May 4, 2026
Homeଓଡିଶାଯାଜପୁର ଦୁର୍ଘଟଣା: ୫ ମୃତକଙ୍କ ପରିବାରକୁ ୪ ଲକ୍ଷ

ଯାଜପୁର ଦୁର୍ଘଟଣା: ୫ ମୃତକଙ୍କ ପରିବାରକୁ ୪ ଲକ୍ଷ

ଭୁବନେଶ୍ୱର: ଯାଜପୁର ଦୁର୍ଘଟଣାରେ ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ସିଏମଆରଏଫ ରୁ ୪ ଲକ୍ଷ ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୂଚନା ଥାଉକି, ଆଜି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ ସହିତ ହାଇଓ୍ବା ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚାଳକ ଗୁରୁତର ରହିଛନ୍ତି।ବଡ଼ଚଣା ଥାନା ଜେମାଦେଇ ଅଞ୍ଚଳର ଲୋକେ ଏକ ବୋଲେରୋରେ କେନ୍ଦୁଝର ଅଞ୍ଚଳରୁ ବାହାଘରରୁ ଫେରୁଥିବା ବେଳେ ବରଡ଼ା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଜଣାପଡିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking