ନୂଆଦିଲ୍ଲୀ: ନିର୍ବାଚନ ପ୍ରଭାରୀ ଭାବେ କାମ କରିବାର ଚ୍ୟାଲେଞ୍ଚ ନେଇ ମତ ରଖି ବୈଜୟନ୍ତ ପଣ୍ଡା କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଏଠି ହିଂସାକାଣ୍ଡ ଓ ଅପହରଣ ଚାଲିଥିଲା । ବର୍ତ୍ତମାନ ବଦଳାଯାଇଛି । ଏବେ ରାଜ୍ୟରେ ଶାନ୍ତି ଫେରିଛି । ୨୮ ହଜାର କୋଟିର ସେମିକଣ୍ଡକ୍ଟର କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି । ଦେଶର ଅଭିବୃଦ୍ଧି ହାର ବଢାଇବାରେ ଆସାମର ପ୍ରମୁଖ ଭୂମିକା ରହିଛି । ୧ ଲକ୍ଷ ୬୦ ହଜାର ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି । ଆହୁରି କହିଛନ୍ତି, ପୃଥୀବୀର ସବୁଠୁ ଲୋକ ପ୍ରିୟ ନେତା ମୋଦୀ ଓ ହିମନ୍ତଙ୍କ ପାଇଁ ସହଜ ହେଲା । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଗାଇଡାନ୍ସ ମଧ୍ୟ ସହାୟକ ହେଲ। କଂଗ୍ରେସ ମେଣ୍ଟ ତ ପଛ କଥା ନିଜ ଦଳକୁ ଏକାଠି ରଖିପାରିଲା ନାହିଁ । ଏଆଇ ସମ୍ମିଳନୀ ଆଗରେ କଂଗ୍ରେସର ପ୍ରତିବାଦ ଏଠିବି ପ୍ରଭାବ ପକାଇଲା । ଗତଥର ବେଶୀ କଷ୍ଟ ହୋଇଥିଲା , ଏଥର ଅପେକ୍ଷାକୃତ ସହଜ ହେଲା । ସୂଚନା ଥାଉକି ବେଙ୍ଗଲରେ ମମତା ବାନାର୍ଜୀଙ୍କ ଆଗରେ ଶୁଭେନ୍ଦୁ ଅଧିକାରୀ ରହିଛନ୍ତି ।










