ଭୁବନେଶ୍ୱର: କ୍ରସ ଭୋଟିଂ କରିଥିବା ବିଧାୟକଙ୍କୁ ଦିଲ୍ଲୀପ ରାୟ ଭେଟିବା ଘଟଣାରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେଡି ବିଧାୟକ ସାରଦା ଜେନା । ଆମେ ଯାହା ପୂର୍ବରୁ ଅଭିଯୋଗ କରିଥିଲୁ ତାହା ସତ ହେଲା । ଘୋଡାମାନଙ୍କୁ କୃତଜ୍ଞତା ଜଣାଉଛନ୍ତି ଓ ମଝିରେ ମଝିରେ ଦାନା ଦେଉଛନ୍ତି । ସେମାନେ ବିଜେପି ଲିଙ୍କରେ ଅଛନ୍ତି, ବିଜେଡି ପାଇଁ କିଛି କ୍ଷତି ହେବନି । ସୂଚନାଥାଉକି, ଆଜି ପ୍ରଭାତ ବିଶ୍ୱାଳଙ୍କ ବାସଭବନକୁ ଯାଇ ସୌଭିକ ବିଶ୍ୱାଳଙ୍କ ସହ ଏକ ସୌଜନ୍ୟମୂଲକ ସାକ୍ଷତକାର କରିଛନ୍ତି ଏହାରି ପୂର୍ବରୁ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ଘରକୁ ଯାଇ ସାକ୍ଷାତ କରିଥିଲେ । ରାଜ୍ୟସଭା ନିର୍ବାଚନ ପାଇଁ କ୍ରସ ଭୋଟିଂ କରିଥିଲେ ୧୦ ବିଧାୟକ ।










