32.1 C
Bhubaneswar
Saturday, May 2, 2026
Homeଦେଶ ବିଦେଶହିଜବୁଲ କମାଣ୍ଡର ସଜ୍ଜାଦ ଅହମ୍ମଦର ସନ୍ଦେହଜନକ ମୃତ୍ୟୁ

ହିଜବୁଲ କମାଣ୍ଡର ସଜ୍ଜାଦ ଅହମ୍ମଦର ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମବାଦରେ ହିଜବୁଲ ମୁଜାହିଦ୍ଦିନର ଜଣେ ବରିଷ୍ଠ କମାଣ୍ଡର ସଜ୍ଜାଦ ଅହମ୍ମଦ ଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ଦେଶରେ ସକ୍ରିୟ ଆତଙ୍କବାଦୀଙ୍କ ସହିତ ଜଡିତ ରହସ୍ୟମୟ ହତ୍ୟାକାଣ୍ଡର ବଢୁଥିବା ସିରିଜରେ ଆଉ ଏକ ମାମଲା ଯୋଡିଛି । ଯାହାରା କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ପାକିସ୍ତାନ ବର୍ତ୍ତମାନ ଏକ ନୂତନ ସମସ୍ୟାର ସମ୍ମୁଖୀନ ହେଉଛି । ପାକିସ୍ତାନର ଗିଉନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଅସୀମ ମାଲିକ ଏବଂ ପାକିସ୍ତାନ ସେନାର ମୁଖ୍ୟ ମାର୍ସାଲ ଅସୀମ ମୁନିର ଜଣେ ଅଜଣା ବ୍ୟକ୍ତିକୁ ନେଇ ଚିନ୍ତିତ । ପୂର୍ବତନ ଗୁପ୍ତଚର ଲକି ସ୍ପଷ୍ଟ ଦାବି କରିଛନ୍ତି ପାକିସ୍ତାନରେ ପ୍ରତିଦିନ କିଛି ନା କିଛି ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି । ଏହା ହିଁ ପାକିସ୍ତାନୀ ସେନା ଏବଂ ସେଠାକାର ଗୁଇନ୍ଦା ବିଭାଗକୁ ଚିନ୍ତାରେ ପକାଇଛି । ଗତ ଛଅ ବର୍ଷ ଧରି, ଏହି ଅଜଣା ବ୍ୟକ୍ତି ସେମାନଙ୍କୁ ବିଚଳିତ କରିଆସୁଛନ୍ତି। ଲକି ବିଷ୍ଟ କହିଛନ୍ତି ଅଜଣା ବ୍ୟକ୍ତି ଜୈଶ କମାଣ୍ଡରଙ୍କୁ ହତ୍ୟା କରିସାରିଛନ୍ତି। ସେହିପରି ଲସ୍କର-ଏ-ତୈବା ସଦସ୍ୟଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଶୁକ୍ରବାର ଦିନ ସଜ୍ଜାଦ ଅହମ୍ମଦକୁ ଇସଲାମାବାଦର ନିଜ ଘରେ ହତ୍ୟା କରାଯାଇଥିଲା। ସଜ୍ଜାଦ ଅହମ୍ମଦ ହିଜବୁଲ ମୁଜାହିଦିନର ଜଣେ ବରିଷ୍ଠ କମାଣ୍ଡର ଥିଲା। ଲକି ବିଷ୍ଟ କହିଛନ୍ତି, ଏହା ସମସ୍ତ ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ଏକ ବାର୍ତ୍ତା। ହଜାର ହଜାର ଆଇଏସ୍‌ଆଇ ତାଲା ମଧ୍ୟ ସେମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ। ଯିଏ ଭାରତ ବିରୋଧରେ ଖରାପ ଚିନ୍ତା କରିବ ସେ ମରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking