26.1 C
Bhubaneswar
Friday, May 1, 2026
Homeଓଡିଶାଆକ୍ସନ ମୁଡ଼ରେ ପରିବହନ ବିଭାଗ, ମାଲବାହୀ ଯାନରେ ଯାତ୍ରୀ ନେଲେ ଗଣିବେ ତଣ୍ଡ

ଆକ୍ସନ ମୁଡ଼ରେ ପରିବହନ ବିଭାଗ, ମାଲବାହୀ ଯାନରେ ଯାତ୍ରୀ ନେଲେ ଗଣିବେ ତଣ୍ଡ

କଟକ : ମାଲବାହୀ ଯାନରେ ଯାତ୍ରୀ ପରିବହନ ବିରୋଧରେ ରାଜ୍ୟବ୍ୟାପୀ କଠୋର କାର୍ଯ୍ୟାନୁଷ୍ଠାନ । ପ୍ରଥମ ଦିନରେ ୭୧ଟି ଯାନ ଅଟକ, ୨୪ଟି ଜବତ ଏବଂ ୧୦୯ଟି ନିୟମ ଉଲ୍ଲଂଘନ ଚିହ୍ନଟ ହୋଇଛନ୍ତି । ସମସ୍ତ ସଡ଼କ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଲବାହୀ ଯାନରେ ବେଆଇନ ଯାତ୍ରୀ ପରିବହନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ୧ ହଜାର ୫୨ଟି ଯାନ ଯାଞ୍ଚ କରାଯାଇଥିବା ବେଳେ ୧୦୯ଟି ମାମଲାରେ ନିୟମ ଉଲ୍ଲଂଘନ ଚିହ୍ନଟ କରାଯାଇ ଚାଲାଣ ଜାରି କରାଯାଇଛି । ୭୧ଟି ଯାନକୁ ଅଟକ ରଖାଯାଇଥିବା ବେଳେ ୨୪ଟି ଯାନକୁ ଜବତ କରାଯାଇଛି । ଏହାସହ ୭୯ଟି ଯାନର RC ରଦ୍ଦ ପାଇଁ ନୋଟିସ୍ ଜାରି କରାଯାଇଥିବା ସହ ୬୨ଟି ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି । ସଚେତନତା ସୃଷ୍ଟି ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ବିଶେଷ ଅଭିଯାନ ମେ’ ୮ ପର୍ଯ୍ୟନ୍ତ ଚାଲିବ ।

ଏଥିପାଇଁ ରାଜ୍ୟବ୍ୟାପୀ ସମସ୍ତ ଆରଟିଓ ସ୍ତରରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ ଗ୍ରହଣ କରାଯିବ । ମେ ୮ ଯାଏ ଏହି ‎ବିଶେଷ ଅଭିଯାନ ଜାରି ରହିବ । ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ, ଅତିରିକ୍ତ ପରିବହନ ଆୟୁକ୍ତ(ସଡ଼କ ସୁରକ୍ଷା) ‎ଦୀପ୍ତିରଂଜନ ପାତ୍ର କହିଛନ୍ତି, ସଡ଼କକୁ ଗାଡ଼ି ଆସିଲେ ମୋଟର ଯାନ ନିୟମ ପାଳନ କରିବା ବାଧ୍ୟତାମୂଳକ । ମାଲବାହୀ ‎ଗାଡ଼ି ଯାତ୍ରୀ ପରିବହନ କରିବା ବେଆଇନ । ତେଣୁ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଏଭଳି ନିୟମ ଉଲ୍ଲଙ୍ଘନରୁ ବିରତ ରହିବାକୁ ‎ସେ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking