34.1 C
Bhubaneswar
Thursday, April 30, 2026
Homeଓଡିଶାକେମିକାଲ କମ୍ପାନୀରୁ ଗ୍ୟାସ୍ ଲିକ୍ : ୨୪ ଜଣ ହସ୍ପିଟାଲରେ ଭର୍ତ୍ତି

କେମିକାଲ କମ୍ପାନୀରୁ ଗ୍ୟାସ୍ ଲିକ୍ : ୨୪ ଜଣ ହସ୍ପିଟାଲରେ ଭର୍ତ୍ତି

ପୁଣେ : ମହାରାଷ୍ଟ୍ରର ପୁଣେ ଗଙ୍ଗାଧାମରେ ଥିବା ଏକ କେମିକାଲ କମ୍ପାନୀରେ ଅଘଟଣ । ଏଠାରେ ବନ୍ଦ ରହିଥିବା ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଛି । ଫଳରେ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଅଗ୍ନିଶମବାହିନୀଙ୍କ ସମେତ ୨୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ଖେଳିଯାଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ କୋନ୍ଧୱା ଜିଲ୍ଲାର ଗଙ୍ଗାଧାମ ଅଞ୍ଚଳରେ ଥିବା ଏକ ଅଚଳ ଜଳ ବିଶୋଧନ ପ୍ଲାଣ୍ଟର ଏକ ଗୋଦାମରୁ ଏହି ଲିକ୍ ହୋଇଥିଲା । ରାତି ପ୍ରାୟ ୧ଟା ସମୟରେ ଏକ ପୁରୁଣା କ୍ଲୋରିନ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହେବା ଆରମ୍ଭ ହୋଇ ଗ୍ୟାସ୍ ଚାରିଆଡେ ବ୍ୟାପି ଯାଇଥିଲା । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା, ତେଣୁ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆଖପାଖରେ ଥିବା ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସୁରକ୍ଷା ଉପକରଣ ବ୍ୟବହାର କରି ଅଗ୍ନିଶମ କର୍ମଚାରୀମାନେ ଲିକ୍ ହେଉଥିବା ଟାଙ୍କିକୁ ସିଲ୍ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଘଟଣା ସମୟରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ଏମାନଙ୍କ ଭିତରେ ୬ ଜଣ ପିଲା ରହିଛନ୍ତି । ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିବା ପରେ ମୋଟ ୨୨ ଜଣ ସ୍ଥାନୀୟ ବାସିନ୍ଦା ଏବଂ ଦୁଇ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking