29.1 C
Bhubaneswar
Monday, April 27, 2026
Homeଓଡିଶାକାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତୁଙ୍କ ଘଟଣା : ଜିଲ୍ଲାପାଳ, ଏସ୍‌ପି...

କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତୁଙ୍କ ଘଟଣା : ଜିଲ୍ଲାପାଳ, ଏସ୍‌ପି ଓ ଏସ୍‌ଟି ଓ ଏସ୍‌ସି ଉନ୍ନୟନ ବିଭାଗକୁ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ନୋଟିସ୍‌

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ନଳଗଜା ପଞ୍ଚାୟତରେ ଥିବା କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ପଞ୍ଚମ ଶ୍ରେଣୀର ଆଦିବାସୀ ଛାତ୍ରୀଙ୍କ ମୃତୁଙ୍କ ହୋଇଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାକୁ ନେଇ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (ଏନସିଏସ୍ଟି) କଠୋର ପଦକ୍ଷେପ ନେଇଛିı

ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ଓ ପ୍ରବକ୍ତା ଡ. ପ୍ରିୟବ୍ରତ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଉପରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ତଦନ୍ତ ଆରମ୍ଭ କରିଛିı ଏହି ସମ୍ପର୍କରେ ଆୟୋଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ, ଏସ୍ପି ଏବଂ ଓଡ.ିଶା ସରକାରଙ୍କ ଏସ୍ଟି ଓ ଏସ୍ସି ଉନ୍ନୟନ ବିଭାଗକୁ ନୋଟିସ୍ ଜାରି କରାଯାଇଛିı ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, ଏପ୍ରିଲ୍ ୧୫, ୯୦୯୬ ତାରିଖରେ ଡ. ପ୍ରିୟବ୍ରତ ମାଝୀଙ୍କ ଠାରୁ ପ୍ରାପ୍ତ ଅଭିଯୋଗର ତଦନ୍ତ କରାଯିବı ଆୟୋଗ ଭାରତୀୟ ସମ୍ୱିଧାନର ଧାରା ୩୩୮ (ଏ) ଅନୁଯାୟୀ ତଦନ୍ତ କରିବାର କ୍ଷମତା ପ୍ରୟୋଗ କରୁଛିı ନୋଟିସ୍ ଅନୁଯାୟୀ, ସମ୍ପୃକ୍ତ ଅଧିକାରୀମାନେ ୭ ଦିନ ମଧଙ୍କରେ ଘଟଣାର ତଥଙ୍କ, ନିଆଯାଇଥିବା ପଦକ୍ଷେପ ଏବଂ ଅନଙ୍କାନଙ୍କ ସୂଚନା ଦାଖଲ କରିବାକୁ ଆୟୋଗ ପକ୍ଷରୁ ନିର୍କ୍ସେଶ ଦିଆଯାଇଛିı ଯଦି ସମୟ ମଧଙ୍କରେ ଉତ୍ତର ନ ମିଳେ, ଆୟୋଗ ସିଭିଲ୍ କୋର୍ଟର କ୍ଷମତା ପ୍ରୟୋଗ କରି ସମନ୍ ଜାରି କରିପାରେı ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ନିର୍କ୍ସେଶକ ଡ. ପି. କଲଙ୍କାଣ ରେ‡ୀଙ୍କ ସ୍ୱାକ୍ଷରରେ ନୋଟିସ ଜାରି ହୋଇଥିବା ବେଳେ ଏହାର ପ୍ରତିଲିପି ଡ. ପ୍ରିୟବ୍ରତ ମାଝୀଙ୍କୁ ମଧଙ୍କ ପଠାଯାଇଛିı

ସୂଚନାଯୋଗଙ୍କ, ଏପ୍ରିଲ୍ ୧୯ ତାରିଖରେ ବିଦ୍ୟାଳୟରେ ପ୍ରସ୍ତୁତ ଖାଦ୍ୟ (ପଖାଳ, ଆଳୁ ମସଲା, ଆମ୍ୱ ଚଟଣୀ ଓ ଶାଗ) ଖାଇବା ପରେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେı ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ରୁପାଲୀ ବେସ୍ରାଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ମେଡ.ିକାଲ କଲେଜ ଓ ହସ୍ପିଟାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁଙ୍କ ହୋଇଥିଲାı ଏହି ଘଟଣାରେ ଓଡ.ିଶା ସରକାର ତଦନ୍ତ ଆରମ୍ଭ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ । ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇ, ଏହାର ଆରଡିସି ତଦନ୍ତ ଚାଲିଛି ı ତେବେ ଏହି ଘଟଣା ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଶ୍ରମ ବିଦ୍ୟାଳୟଗୁଡ.ିକରେ ଖାଦ୍ୟ ଗୁଣବତ୍ତା ଏବଂ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛିı ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ମଧଙ୍କ ଏହି ଘଟଣାରେ ସ୍ୱତвପ୍ରବୃତ୍ତ ହୋଇ ରିପୋର୍ଟ ମାଗିଛିı ଆୟୋଗର ଏହି ନୋଟିସ୍ ଘଟଣାର ତଦନ୍ତକୁ ଆହୁରି ଗତି ଦେବ ବୋଲି ଆଶା କରାଯାଉଛିı ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଏବଂ ବିଭାଗକୁ ଶୀଘ୍ର ଉତ୍ତର ଦେବାକୁ ନିର୍କ୍ସେଶ ଦିଆଯାଇଛିı

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking